Latest Odisha News

କ୍ୟାନ୍ସର ଆକ୍ରାନ୍ତ ଝିଅର ମନୋବଳ ବଢ଼ାଇବା ପାଇଁ ମାଆ ବି ନିଜ ଚୁଟି କାଟିଲେ

ନୂଆଦିଲ୍ଲୀ: ମାଆ ଶବ୍ଦ ସବୁ କିଛି ସମ୍ଭବ କରିପାରେ । ତ୍ୟାଗର ପ୍ରତିମୂର୍ତି ମାଆର ଆଉ ଏକ ରୂପ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି । ଲୁସିୟାନା ରିବେଲା ନାମକ ଜଣେ ମହିଳା କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ଏଥିଯୋଗୁ ତାଙ୍କ ଚୁଟି ଝଡିବା ଆରମ୍ଭ ହୋଇଥିଲା । ଏହା ଦେଖି ତାଙ୍କ ମାଆ ନିଜ ଝିଅର ଚୁଟି ସବୁ କାଟି ଦେଇଥିଲେ । ଝିଅର ମନୋବଳ ବଢ଼ାଇବା ପାଇଁ ସେ ନିଜ ଚୁଟି ମଧ୍ୟ କାଟି ପକାଇଥିଲେ । ଏହା ଦେଖି ତାଙ୍କ ଝିଅ ମଧ୍ୟ କାନ୍ଦି ପକାଇଥିଲେ ।

ସୋସିଆଲ ସାଇଟରେ ଏହା ଶେୟାର ହେବା ପରେ ଏ ପର୍ଯ୍ୟନ୍ତ ୨.୨ ମିଲିୟନ ଭ୍ୟୁଜ ଓ ୬୮,୦୦୦ ଲାଇକ୍ସ ମିଳିଛି । ସମସ୍ତେ ମାଆର ତ୍ୟାଗକୁ ପ୍ରଶଂସା କରୁଛନ୍ତି । ମାଆର ପ୍ରେମଠାରୁ ଦୁନିଆରେ ଆଉ କିଛି ବଡ ନାହିଁ ତାହା ପୁନର୍ବାର ପ୍ରମାଣିତ ହୋଇଛି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି । ରିବେଲାଙ୍କ ଆରୋଗ୍ୟ ମଧ୍ୟ ସମସ୍ତେ କାମନା କରିଛନ୍ତି ।

Leave A Reply

Your email address will not be published.