Latest Odisha News

ମୋ ମା’ ମତେ ୪ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି, ମୋତେ ବଞ୍ଚାନ୍ତୁ … ପୋଲିସକୁ ୧୮ ବର୍ଷିୟ ଝିଅର ଗୁହାରି

“ମୋତେ ବଞ୍ଚେଇ ଦିଅନ୍ତୁ ପୋଲିସ ବାବୁ । ମୋ ମା’ ମତେ ୪ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛି । ଅନିଚ୍ଛା ସତ୍ଵେ ମଧ୍ୟ ମୋର ଜବରଦସ୍ତି ସେହି ଯୁବକଙ୍କ ସହ ବିବାହ କରିଦେଇଛନ୍ତି । ମୋ ସ୍ଵାମୀ ମୋତେ ଦେହ ବେପାର କରିବାକୁ ବାଧ୍ୟ କରୁଛନ୍ତି । ସେଥିପାଇଁ ମନା କରିବାରୁ ମତେ ମାଡ ମଧ୍ୟ ମାରୁଛନ୍ତି” ।

ୟୁପି: “ମୋତେ ବଞ୍ଚେଇ ଦିଅନ୍ତୁ ପୋଲିସ ବାବୁ । ମୋ ମା’ ମତେ ୪ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛି । ଅନିଚ୍ଛା ସତ୍ଵେ ମଧ୍ୟ ମୋର ଜବରଦସ୍ତି ସେହି ଯୁବକଙ୍କ ସହ ବିବାହ କରିଦେଇଛନ୍ତି । ମୋ ସ୍ଵାମୀ ମୋତେ ଦେହ ବେପାର କରିବାକୁ ବାଧ୍ୟ କରୁଛନ୍ତି । ସେଥିପାଇଁ ମନା କରିବାରୁ ମତେ ମାଡ ମଧ୍ୟ ମାରୁଛନ୍ତି” । ଏ ହେଉଛି ଗୋରଖପୁର ଅଞ୍ଚଳର ଜଣେ ୧୮ ବର୍ଷିୟ ଝିଅର ପୋଲିସକୁ ଗୁହାରି । ଯାହାକୁ ଶୁଣି ଥାନାରେ ଥିବା ସମସ୍ତଙ୍କ ଆଖିରୁ ଲୁହ ଝରି ଆସିଥିଲା ।

ପୋଲିସର ସୂଚନା ଅନୁଯାୟୀ, ଗୋରଖପୁରର ମହେସରା ଅଞ୍ଚଳରେ ରହୁଥିବା ଜଣେ ଝିଅ ତାଙ୍କ ମା’ଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିବା ସହ ଯେଉଁ ବ୍ୟକ୍ତି ସହ ତାଙ୍କର ଜବରଦସ୍ତି ବିବାହ କରାଯାଇଥିଲା ସେ ବ୍ୟକ୍ତି ଜଣଙ୍କ ତାଙ୍କୁ ଅନ୍ୟ ଲୋକଙ୍କ ସହ ଅନୈତିକ ସମ୍ପର୍କ ରଖବା ପାଇଁ ବାଧ୍ୟ କରୁଛି ଏବଂ ମନା କରିବାରୁ ମାରପିଟ୍ କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଝିଅଟି ଚିଲୁଆତଲ ଥାନାରେ ଅଭିଯୋଗ କରି କହିଛି ଯେ, ମୋ ଘର ପାଖରେ ରହୁଥିବା କିଛି ମହିଳା ଝିଅ ମାନଙ୍କର ବିବାହ ହରିୟାଣାରେ କରନ୍ତି । ସେଠାରେ ମୋ ମା’ଙ୍କର ଜଣେ ବନ୍ଧୁ ମଧ୍ୟ ରହୁଛନ୍ତି । ମୋର ୬ଜଣ ଭଉଣିଙ୍କ ମଧ୍ୟରୁ ୨ଜଣ ଭଉଣିଙ୍କ ମଧ୍ୟ ବିବାହ ସେ କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ୪ଲକ୍ଷ ଟଙ୍କା ପାଇଁ ମୋ ମା’ ତାଙ୍କ ବନ୍ଧୁଙ୍କ କହିବାନୁସାରେ ମୋର ବିବାହ ହରିୟାଣାର ଜଣେ ଯୁବକଙ୍କ ସହ ଜବରଦସ୍ତି କରିଦେଇଥିଲେ । କିନ୍ତୁ ସେଠାକୁ ଯିବା ପରେ ମୋତେ ଜଣା ପଡିଲା ଯେ ମୋରା ବିବାହ ହୋଇନାହିଁ ବରଂ ମୋତେ ୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ମୋତେ ସେଠାରେ ଜୋରଜବରଦସ୍ତି ଦେହ ବେପାର କରିବାକୁ ବଧ୍ୟ କରାଯାଉଥିଲା । ମୁଁ ମନା କରିବାରୁ ମୋତେ ମାଡ ମାରୁଥିଲେ । କେମିତି କିଛି କରି ମୁଁ ସେଠାରୁ ଜୀବନ ରକ୍ଷା କରି ଲୁଚି ପଳେଇଆସିଛି । ମୋତେ ସେମାନଙ୍କ ଠାରୁ ରକ୍ଷା କରନ୍ତୁ ।

ଚିଲୁଆତଲ ଥାନା SHO ସଂଜୟ ମିଶ୍ରଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ଯାଞ୍ଚ କରାଯାଉଛି । ଝିଅଟି ତାଙ୍କ ମା’ଙ୍କ ସହ ବିବାହ କରିଥିବା ଯୁବକ ଓ ତାଙ୍କ ମା’ଙ୍କ ଜଣେ ବନ୍ଧୁ ଯିଏ ଏହିପରି ଅନେକ ଝିଅଙ୍କୁ ଜବରଦସ୍ତି ବିବାହ କରି ଖରାପ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରୁଛି, ତାଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛି । ସବୁଆଡକୁ ନଜରରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବ୍ ଶିଘ୍ର ସେମାନଙ୍କୁ ଧରିବାକୁ ପ୍ରୟାସ ଜାରିରହିଛି ବୋଲି କହିଛନ୍ତି SHO ସଂଜୟ ମିଶ୍ର ।

Comments are closed.