Latest Odisha News

BREAKING NEWS

୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’

ଝାରସୁଗୁଡ଼ା: ୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’। ଟାଉନ ଥାନା ଗୁଆଲାପଡା ସ୍ଥିତ ଏକ ଭଡ଼ା ଘର ଛାତରୁ ଡେଇଁଲେ ମହିଳା। ଗୁରୁତର ଅବସ୍ଥାରେ ମା’ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ’ଣ ପାଇଁ ୨ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା ତାହା ଜଣାପଡ଼ି ନାହିଁ।

ସୂଚନା ଅନୁସାରେ, କୌଣସି କାରଣରୁ ମହିଳାଜଣଙ୍କ ଝାରସୁଗୁଡା ଟାଉନ ଥାନା ଗୁଆଲାପଡ଼ା ସ୍ଥିତ ରହୁଥିବା ତାଙ୍କ ଭଡ଼ା ଘର ଛାତ ଉପରୁ ତାଙ୍କ ୨ଝିଅଙ୍କୁ ଧରି ଡେଇଁ ପଡ଼ିଥିଲେ। ତେବେ ଏପରି ନିଷ୍ପତି ନେବାର କାରଣ ଜଣା ପଡିନଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.