Latest Odisha News

ଛୁଆ ପାଇଁ କ୍ଷୀର ଆଣିବା ଲାଗି ଓହ୍ଲାଇଥିଲେ, ଛାଡି ଦେଲା ଟ୍ରେନ… 

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ଶିଶୁ ପାଇଁ କ୍ଷୀର କିଣିବା ପାଇଁ ଷ୍ଟେସନରେ ଓହ୍ଲାଇଥିଲେ। କିନ୍ତୁ ଏହାରି ମଧ୍ଯରେ ଟ୍ରେନ୍ ଛାଡିବା ଆରମ୍ଭ କରିଦେଇଥିଲା। ଏହା ଦେଖି ମହିଳା ଜଣକ ପ୍ଲାଟଫର୍ମରେ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ସେତେବେଳକୁ ଟ୍ରେନ୍ ଦ୍ରୁତ ଗତିରେ ଆଗକୁ ମାଡି ଯାଇଥିଲା।

ଯାହାପରେ ମହିଳା ଜଣକ ଜୋରରେ କାନ୍ଦିବାକୁ ଲାଗିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଭାବପ୍ରବଣ ହୋଇପଡିଥିଲେ। ଯେଉଁ ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ତେବେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ମହିଳା ଜଣକ ଷ୍ଟେସନରେ କ୍ଷୀର କିଣିବା ସମୟରେ ଟ୍ରେନ ଛାଡିଦେଇଥିଲା, ଯାହାକୁ ଦେଖି ସେ କାନ୍ଦି କାନ୍ଦି ଟ୍ରାକରେ ଦୌଡିବାକୁ ଲାଗିଥିଲେ। ଏହି ସମୟରେ ମହିଳାଙ୍କ ପାଇଁ ଦେବଦୂତ ସାଜିଥିଲେ ଗାର୍ଡ।

ମହିଳା ଜଣକ ଗାର୍ଡଙ୍କୁ ସବୁକିଛି କହିବା ପରେ ସେ ଟ୍ରେନକୁ ଅଟକାଇଥିଲେ। ଟ୍ରେନ୍ ଅଟକିବା ମାତ୍ରେ ମହିଳା ଜଣକ ସେଥିରେ ଚଢ଼ିବା ପାଇଁ ଦୌଡୁଥିବା ଦେଖିବାକୁ ମିଳିଛି।

 

Comments are closed.