Latest Odisha News

ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ, ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ ଜିଲ୍ଲାପାଳ

କଳାହାଣ୍ଡି: ଜୁନାଗଡ଼ ଏନଏସିରେ ଅନାସ୍ଥା ଭୋଟ ସ୍ଥଗିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ହେବାକୁ ଥିବା ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଏହି ଭୋଟ ପାଇଁ ପୁନର୍ବାର ତାରିଖ ଘୋଷଣା କରିବେ ଜିଲ୍ଲାପାଳ।

ସୂଚନା ଅନୁସାରେ, ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ୍ ହୋଇଥାନ୍ତା। ମୁକେଶ କାଉନସିଲରମାନଙ୍କୁ ଅଣଦେଖା କରିବା ସହ ବିଭିନ୍ନ ଅନିୟମିତତା କାର୍ଯ୍ୟ କରୁଥିଲେ। ଏନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଗତ ୧୬ତାରିଖରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ୧୦ ଜଣ କାଉନସିଲର। ଜୁନାଗଡ଼ ଏନଏସି ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଏହି କାଉନସିଲର କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ।

ପରେ ଜିଲ୍ଲାପାଳ ସେମାନଙ୍କ ଦାବି ଗ୍ରହଣ ସହ ଅଗଷ୍ଟ ୧ ତାରିଖରେ ଅନାସ୍ଥା ଭୋଟ ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଜୁନାଗଡ଼ ଏନଏସିର ମୋଟ୍ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ବିଜେପିର ମାତ୍ର ୨ ଜଣ କାଉନସିଲର ଅଛନ୍ତି।

Comments are closed.