Latest Odisha News

BREAKING NEWS

ଆଇଆଇପିଏ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁପ୍ରଶାସନିକ ଏକାଡେମୀ (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି। ଏହି ଦପଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା ଆଇଆଇପିଏର ମହାନିର୍ଦ୍ଦେଶକ ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି।

ଫଳ ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶ୍ରୀ ଶର୍ମା ଏବଂ ଶ୍ରୀ ତ୍ରିପାଠୀଙ୍କ ମିଳିତ ଦୂରଦୃଷ୍ଟି ଏବଂ ନିରନ୍ତର ପ୍ରୟାସ ଉଭୟ ଅନୁଷ୍ଠାନର ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି କରିବ। ସମସ୍ତ ସମ୍ଭାବ୍ୟ ପାରସ୍ପରିକ ସହଯୋଗ ଓ ସୁଯୋଗ ଥିବା ବିଭିନ୍ନ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବ। ଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଜ୍ଞାନ, ମନୋଭାବ ଓ ଦକ୍ଷତାରେ ଉନ୍ନତି ଆଣିବା ସହ ସୁଶାସନର ଗତିରେ ଗଠନମୂଳକ ପ୍ରଭାବ ପକାଇବ।

ଆଇପିଏର ରେଜିଷ୍ଟ୍ରାର ଶ୍ରୀ ଅମିତାଭ ରଞ୍ଜନ ଏବଂ ଜିଏଏର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ଦାସ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହା ଭାଗିଦାରୀ ଭିତ୍ତିକ ଅଧ୍ୟୟନ ତଥା ପ୍ରଶିକ୍ଷଣରେ ଅଧ୍ୟାପକ ବିନିମୟ, ଯୁଗ୍ମ ଗବେଷଣା ପ୍ରକଳ୍ପ ଏବଂ ସୁବିଧା ଆଦାନ ପ୍ରଦାନ ଇତ୍ୟାଦିକୁ ପ୍ରୋତ୍ସାହିତ କରିବ। ଲୋକପ୍ରଶାସନ ଓ ଶାସନ ଉପରେ ବ୍ୟାପକ ଜ୍ଞାନ ଆହରଣ କରିବା ଏବଂ ଯୁବ ଓ ଉଦୀୟମାନ ପ୍ରଶାସକଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ତରଫରୁ ୨୦୨୦ (ଡିଆର୍) ବ୍ୟାଚର ୧୨୭ଜଣ ଓ ଏଏସ୍ପ୍ରୋବେସନରଙ୍କ ପାଇଁ ୨୧ରୁ ୨୫ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଆଇଆଇପିଏ ଠାରେ ଏକ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରଥମଥର ପାଇଁ ଓଏଏସ୍ପ୍ରୋବେସନର ମାନେ ରାଷ୍ଟ୍ରପତି ଭବନ, ସଂସଦ ଭବନ, ପିଏମ୍ ସଂଗ୍ରହାଳୟ, ଯୁଦ୍ଧସ୍ମାରକୀ ଓ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ଆଇଆଇପିଏ ଦ୍ୱାରା ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏହି ସଂସ୍ଥାନ ତରଫରୁ ଡଃ.ସୁରଭି ପାଣ୍ଡେ ଏବଂ ଗୋପବନ୍ଧୁ ଏକାଡେମୀର ଡ. ମମତା ରାଣୀନାୟକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଏକ୍ସପୋଜରଭିଜିଟ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Comments are closed.