Latest Odisha News

BREAKING NEWS

ସୋଆ ଏବଂ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ଉନ୍ନତି ଆଣିବା ସହ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଓ ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଯୋଡି ହୋଇଛି ସମ୍ପର୍କ । ଏନେଇ ସୋଆ ଏବଂ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଛାତ୍ର ବିନିମୟ, ଅଧ୍ୟାପକ-ଅଧ୍ୟାପିକା ବିନିମୟ, ମିଳତ ଗବେଷଣା, ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ପାଇଁ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ବୋଲି ସୋଆ ପକ୍ଷରୁ ସୂଚନା ଦିଆଯାଇଛି ।

ତ୍ରିଭୁବନ ବିଶ୍ୱବିଦ୍ୟାଳୟ ନେପାଳର ବୃହତମ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ସେଠାରେ ଦେଢ଼ ଲକ୍ଷ ବିଦ୍ୟାର୍ଥୀ ଅଧ୍ୟୟନରତ ଅଟନ୍ତି । ସେହିପରି ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ତ୍ରିଭୁବନ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ସମ୍ପର୍କ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଭୁପ ପ୍ରସାଦ ଧମାଲା ଏ ବାବଦରେ ସୂଚନା ଦେବା ସହ ସୋଆର ପ୍ରଶଂସା କରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ସୋଆ ଉଭୟ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଥିବା ପ୍ରଫେସର ଧମାଲା କହିଥିଲେ ।

କାର୍ଯ୍ୟକ୍ରମରେ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟର ଡିନ୍ ପ୍ରଫେସର ପି.କେ. ନନ୍ଦ ସୋଆ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ସୋଆ ପକ୍ଷରୁ ତ୍ରିଭୁବନ ବିଶ୍ୱବିଦ୍ୟାଳରେ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ସମେତ ତ୍ରିଭୁବନ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ସମ୍ପର୍କ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଧମାଲା, ଅନୁଧ୍ୟାନ ନିର୍ଦ୍ଦେଶାଳାୟର ଉପନିର୍ଦ୍ଦେଶକ ପ୍ରଫେସର ଡଃ ଓମ୍ ପ୍ରସାଦ ବରାଳ, ଆସୋସିଏଟ୍ ପ୍ରଫେସର ଡଃ ଶଙ୍କର ପ୍ରସାଦ ଭଣ୍ଡାରୀ, ବିଶ୍ୱବିଦ୍ୟାଳୟର ବୋ÷ଦ୍ଧ ପାଠ୍ୟକ୍ରମ କେନ୍ଦ୍ରୀୟ ବିଭାଗର ପ୍ରଫେସର ଚନ୍ଦ୍ରକଳା ଘିମିରେ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିସିନ୍ର ସହଯୋଗୀ ପ୍ରଶାସକ ଶ୍ରୀ ସୂର୍ଯ୍ୟପ୍ରସାଦ ଅଧିକାରୀ, କୁଳପତିଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଶ୍ରୀ ଇନ୍ଦ୍ରେଶ ଠାକୁର, ଶ୍ରୀମତି ସରିତା ଧମାଲା, ନେପାଳ କୃଷି ଗବେଷଣା ପରିଷଦର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ବି.ପି. ଯାଦବ ଓ ଶ୍ରୀ ସୁଶିଲ ଢ଼କାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ସୋଆ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ ଡିନ୍ ପ୍ରଫେସର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆ ଅନ୍ତର୍ଜାତୀୟ ଆଡ଼ମିଶନ୍ ନିର୍ଦ୍ଦେଶକ ଡ. ନଚିକେତା ଶର୍ମା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ର ଡେପୁଟି ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ ଲେଙ୍କା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ପ୍ରଫେସର ଅନୁରାଗ ଶତପଥି, ଡ. ରାଧା ପି. ଦଳାଇ, ମାନବ ସମ୍ବଳ ଅଧିକାରୀ ଶ୍ରୀ ସିଦ୍ଧ୍ୟବ୍ରତ ଦାସ, ଯୁଗ୍ମ ରେଜିଷ୍ଟ୍ରାର୍ ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.