Latest Odisha News

BREAKING NEWS

ମାଲକାନଗିରିରେ ବର୍ଷିଲେ ସାଂସଦ ଅପରାଜିତା: ‘ଯଦି ଭୁବନେଶ୍ୱରରେ ଜମି ହଡପ ହେଉଛି, ଏଠି କ’ଣ ହେଉଥିବ ?’

ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ଉଠାଇଲେ ଦୁ୍ର୍ନୀତି କଥା । କହଲେ ବିଜେଡି ସରକାରର ଭ୍ରଷ୍ଟାଚାରର କଥା । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ପୁଣି ଧୃତରାଷ୍ଟ୍ର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କଲେ  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂସଦ ଆଜି ସକାଳୁ କୋରାପୁଟ ଗସ୍ତରେ ଯାଇଥିଲେ ।   ହୀରାଖଣ୍ଡ ଟ୍ରେନ ଯୋଗେ ଆସି କୋରାପୁଟ ପହଂଚିବା ପରେ ସେଠାରୁ  ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଗସ୍ତରେ ଯାଇଥିଲେ । ସେଠାରେ ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ହଜାର ହଜାର ଲୋକ ସାଂସଦଙ୍କ ସହ ପଦଯାତ୍ରାରେ ଚାଲିଥିଲେ । ସେଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ବିଜେଡି ଶାସନ, ୫ଟି ସଚିବ ଏବଂ ତାମିଲନାଡୁ ବ୍ୟବସାୟୀ ପ୍ରଭାକରନଙ୍କ ଉପରେ ବର୍ଷିଥିଲେ ।

ମାଲକାନଗିରି ଜିଲ୍ଲାରେ କୌଣସି ଦୁର୍ନୀତି, ଭ୍ରଷ୍ଟାଚାରକୁ ସୁଯୋଗ ଦେବା ଉଚିତ ନୁହେଁ । କାରଣ ଭୁବନେଶ୍ୱରରେ ଯେଉଁଠି ତାମିଲନାଡୁରୁ ପ୍ରଭାବଶାଳୀ ମହିଳା ଆସି ଯେଉଁଠି ଜମି ହଡପ କର ନେଉଛନ୍ତି ସେଠି ମାଲକାନଗିରି କେତେବାଟ ? ଏହି ମହିଳାଙ୍କୁ ରାଜ୍ୟ ସରକାରଙ୍କର ପ୍ରଭାବଶାଳୀ ଅଫିସର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏହି ମହିଳାଙ୍କୁ ସହଯୋଗ କରୁଛନ୍ତି । ଏଠି ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ମାତ୍ର ୪୦୦ ମିଟର ଦୂରରେ ଏପରି ଦୁର୍ନୀତି ହୋଇପାରୁଛି ସେଠି ମାଲକାନଗିରିରେ କ’ଣ ହେଉଥିବ ? ସେଠି ଯଦି ମୁଖ୍ୟମନ୍ତ୍ରୀ ପାଟି ଖୋଲି ପାରୁନାହାନ୍ତି, ମାଲକାନଗିରି ପାଇଁ ସେ କ’ଣ କରିବେ ବୋଲି କହିଛନ୍ତି  ।

ମାଲକାନଗିରି ଗସ୍ତ ଅବସରରେ ସାସଂଦ ଏକ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ବିପୁଳ ସଂଖ୍ୟକ ଲୋକ, କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.