ଭୁବନେଶ୍ବର: ୫ଟି ସଚିବଙ୍କୁ ନେଇ ଏବେ ଓଡ଼ିଶା ରାଜନୀତି ସରଗରମ । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବଙ୍କ ଉପରେ ସାଂସଦ ଅପରାଜିତା ଷଡଙ୍ଗୀ ବର୍ଷିବା ପରେ ଏବେ ଏକାଧିକ ନେତା ମୁହଁ ଖୋଲିଛନ୍ତି । ସମସ୍ତେ ନିଜ ନିଜ ମତ ରଖିଛନ୍ତି ।
ଅପରାଜିତାଙ୍କ ପ୍ରେସ ମିଟର କେଇ ଘଣ୍ଟା ପରେ ବିଜେଡି ପକ୍ଷରୁ ଏକ ପ୍ରେସ ମିଟ କରି ଏହାର ଜବାବ ରଖିଥିଲେ ଶ୍ରୀମୟୀ ମିଶ୍ର । ସାଂସଦଙ୍କ ବ୍ୟୁରୋକ୍ରାଟିକ ମାନସିକତା ଯାଇନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ସାଂସଦଙ୍କୁ ଆକ୍ଷେପ କରି କହିଥିଲେ । ଏପରିକି ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆ ଯାଇଥିବାରୁ ସାଂସଦଙ୍କ ନିଦ ହଜି ଯାଇଥିବା କହିଛନ୍ତି ।
ଅନ୍ୟପକ୍ଷେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ନବୀନ ବାବୁ ନିଜେ ସବୁଆଡେ ଯାଇପାରୁ ନ ଥିବାରୁ ସେ ନିଜ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି । ବିଧାୟକଙ୍କ ଏପରି କହିବା ପରେ ଟ୍ୱିଟ କରି ପ୍ରଶ୍ନ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଅପରାଜିତା ଟ୍ୱିଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇ ପାରୁ ନ ଥିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହା ଏକ ଗୁରୁତର ଘଟଣା । ମୁଖ୍ୟମନ୍ତ୍ରୀ କାହିଁକି ଯାଇପାରୁ ନାହାନ୍ତି ? କାହିଁକି ଏ ଅକ୍ଷମତା ? ଏ ସମ୍ପର୍କରେ ଓଡ଼ିଶବାସୀ ଜାଣିବାକୁ ଚାହୁଁଛନ୍ତି ବୋଲି ସେ ଲେଖିଛନ୍ତି ।
ସୂଚନାଥାଉ କି, ସାଂସଦ ଅପରାଜିତା ୫ଟି ସଚିବଙ୍କ ନା ନ ନେଇ ଅଭିଯୋଗ କରିଥିଲେ, ଓଡ଼ିଶାର ଶାସନ ବ୍ୟବସ୍ଥା ସଚିବ ସ୍ତରର ଜଣେ ଅଧିକାରୀ ହାଇଜାକ କରିଛନ୍ତି । ନିର୍ବାଚିତ ଲୋକ ପ୍ରତିନିଧି ଦେଖିବାକୁ ମିଳୁନାହାନ୍ତି । ସଚିବସ୍ତରର ଅଧିକାରୀ ଉଡାଜାହଜରେ ବୁଲୁଛନ୍ତି । ଲୋକେ ତାଙ୍କର ପାଦ ଧୋଇ ପୂଜା କରୁଛନ୍ତି । ଅନୁଦାନ, ପ୍ରକଳ୍ପର ଘୋଷଣା ସେ କରୁଛନ୍ତି । ଏହା ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲର ଉଲ୍ଲଂଘନ । ସେତିକି ନୁହେଁ, ଯଦି ରାଜନୀତି କରିବାକୁ ଇଚ୍ଛା ତେବେ ଚାକିରି ଛାଡି ମଇଦାନକୁ ଆସ ବୋଲି କହିଥିଲେ ସାଂସଦ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୁଲୁଛନ୍ତି ବୋଲି ସଚିବ କହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ସାଂସଦ ।
ଅପରାଜିତାଙ୍କ ଏହି ଆକ୍ଷେପ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଜୟ ପଟ୍ଟନାୟକ ଏବଂ ଦାମୋଦର ରାଉତ ପ୍ରମୁ୍ଖ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି । ସମସ୍ତେ ସିଧାସଳଖ ୫ଟି ସଚିବଙ୍କୁ ଟାର୍ଗେଟ କରିବା ସହିତ ଓଡିଶାରେ ସାଉଥ୍ ଇଣ୍ଡିଆ କମ୍ପାନୀର ଶାସନ ଚାଲିଛି ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ୫ଟି ସଚିବଙ୍କୁ ପାଓ୍ବାର୍ ଅଫ୍ ଅଟର୍ଣ୍ଣି ଦେଇଦିଅନ୍ତୁ, ନଚେତ୍ ସୁପର ସିଏମ୍ ଦାୟିତ୍ବ ଦେଇଦିଅନ୍ତୁ ବୋଲି କହିବା ସହିତ ଜୋରଦାର ବର୍ଷଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।
Comments are closed.