Latest Odisha News

BREAKING NEWS

ବିଜେପିକୁ ଝଟକା, ଦଳରୁ ଇସ୍ତଫା ଦେଲେ କୋଲାରସ ବିଧାୟକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି। ଏହାରି ଭିତରେ ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଝଟକା। ବିଜେପି ଉପରେ ଅସନ୍ତୁଷ୍ଟ ଥିବା କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ଶେଷରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ଦେବା ସହିତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତାଙ୍କ ସହଯୋଗୀ ମନ୍ତ୍ରୀ ପ୍ରଦ୍ୟୁମନ ସିଂ ତୋମାର ଏବଂ ମହେନ୍ଦ୍ର ସିଂ ସିସୋଦିଆଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ରକ୍ଷା ବନ୍ଧନ ପର୍ବ ଶେଷ ହେବା ମାତ୍ରେ ମଧ୍ୟପ୍ରଦେଶର ରାଜନୀତି ପୁଣି ଥରେ ଉଷ୍ମ ହୋଇଛି। କୋଲାରସ ବିଧାୟକ ବିରେନ୍ଦ୍ର ରଘୁବଂଶୀ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ତିନି ବର୍ଷ କାର୍ଯ୍ୟକାଳରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ବିଜେପି କାର୍ଯ୍ୟକାଳର ୩ ବର୍ଷ ମଧ୍ୟରେ କୋଲାରସରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ନିଯୁକ୍ତ ହୋଇଥିଲେ। ଏ ସମ୍ପର୍କରେ ସେ ନିରନ୍ତର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଦଳର ବରିଷ୍ଠ ନେତାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ଅନ୍ୟପଟେ ବିରେନ୍ଦ୍ର ରଘୁବଂଶି କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ସୂଚନା ପ୍ରଦାନ କହିନାହାଁନ୍ତି। ଭବିଷ୍ୟତରେ ସେ କଂଗ୍ରେସରେ ଯୋଗ ଦେଇ ଶିବପୁରୀରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କୁହାଯାଉଛି।

Comments are closed.