ଭୋପାଳ: ନିର୍ବାଚନ ମୈଦନାକୁ ଓହ୍ଲାଇଲେ କିନ୍ନର । ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାର ଜୈତପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ । ଜୈତପୁର ନିର୍ବାଚନ ମଣ୍ଡଳୀ ଏବେ ସବୁଠି ଚର୍ଚ୍ଚାରେ । ଏହି ଆସନରୁ ଜଣେ କିନ୍ନର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭାରତ ପାର୍ଟି ପକ୍ଷରୁ ସେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି ।
୩୮ ବର୍ଷୀୟ କିନ୍ନର କାଜଲ ନାମାଙ୍କନ ଭରିବା ପରେ କହିଛନ୍ତି, ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏଠାରେ ବିଜୁଳି ଖୁଣ୍ଟି ଲାଗିଛ । ହେଲେ ଲାଇଟ ଲାଗିନି । ପାଇପ ଅଛି କିନ୍ତୁ ପାଣି ଆସୁନି । ସ୍କୁଲର ଅବସ୍ଥା ମଧ୍ୟ ସେମିତି । ସ୍କୁଲ ଅଛି ହେଲେ ଶିକ୍ଷକ ନାହାନ୍ତି । ବିଜେପି ଏବଂ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏଠାରେ ନେତାମାନେ କେବଳ ପ୍ରତିଶ୍ରୁତି ଦିଅନ୍ତି । ହେଲେ କେହି କାମ କରନ୍ତି ନାହିଁ । ଯଦି ମୋତେ ଜନତା ଏଠାରେ ସୁଯୋଗ ଦିଅନ୍ତି ତେବେ ଏହି ଅଞ୍ଚଳର ବିକାଶ କରି ମୁଁ ଦେଖାଇବି ।
ସୋହାଗ ପୁର ବିଧାନସଭା ମଣ୍ଡଳୀର ଜନତା ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କୁ ବିଧାୟକ ଭାବେ ମଧ୍ୟପ୍ରଦେଶ ବିଧାନସଭାକୁ ପଠାଇଥିଲେ । ଶବନମ ମାଉସୀ ଦେଶରୀ ପ୍ରଥମ କିନ୍ନର ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା । ବିଜେପି ଏବଂ କଂଗ୍ରେସ ଭୋଟ ମିଶିଲେ ଯେତିକି ହେବ ତାଠାରୁ ଅଧିକ ଭୋଟ ତାଙ୍କୁ ମିଳିଥିଲା ।
BREAKING NEWS
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ
- Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
- ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
Comments are closed.