Latest Odisha News

BREAKING NEWS

ଚାଞ୍ଚଲ୍ୟକର: ଜୁଲାଇରେ ହତ୍ୟା, ଜାନୁଆରୀରେ ଫ୍ରିଜ୍ ରୁ ମିଳିଲା ମୃତଦେହ

ଭୋପାଲ: ଜୁଲାଇରେ ହତ୍ୟା, ଜାନୁଆରୀରେ ମିଳିଲା ମୃତଦେହ । ମଧ୍ୟପ୍ରଦେଶ ଦେୱାସରୁ ଆସିଲା ଚାଞ୍ଚଲ୍ୟକର ଘଟଣା । ୬ ମାସ ପରେ ଫ୍ରିଜ୍ରୁ ମିଳିଲା ଲିଭ-ଇନ ପ୍ରେମିକାର ମୃତଦେହ । ହତ୍ୟା ପରେ ମୃତଦେହ ଫ୍ରିଜରେ ରଖି ଫେରାର ହୋଇଯାଇଥିଲା ପ୍ରେମିକ । ତେବେ ଦୁର୍ଗନ୍ଧ ହେବାରୁ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ ପଡ଼ୋଶୀ । ସେପଟେ ଅଭିଯୁକ୍ତ ପ୍ରେମିକ ଜଣଙ୍କ ବିବାହିତ ଥିବା ବେଳେ ତାଙ୍କର ୨ଟି ସନ୍ତାନ ମଧ୍ୟ ଥିଲେ । ତେବେ ବିବାହ ପାଇଁ ବାଧ୍ୟ କରିବାରୁ ପ୍ରେମିକାକୁ ହତ୍ୟା କରିଥିଲେ ଅଭିଯୁକ୍ତ ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଦେୱାସ ଅଞ୍ଚଳରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ଜଣଙ୍କ ହେଉଛନ୍ତି ପ୍ରତିଭା ପ୍ରଜାପତି। ପୋଲିସ ଅଭିଯୁକ୍ତ ସଞ୍ଜୟ ପଟିଦାରଙ୍କୁ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ଇନ୍ଦୋର ବାସିନ୍ଦା ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଘରେ ଭଡ଼ାରେ ରହୁଥିଲେ ମୃତକ ମହିଳା ଏବଂ ଅଭିଯୁକ୍ତ ଜଣଙ୍କ । ତେବେ ଜୁନ୍ ୨୦୨୪ରେ ସଞ୍ଜୟ ଘର ରୁମରେ ନିଜର କିଛି ଜିନିଷପତ୍ର ଛାଡ଼ି ବାହାରକୁ ଯାଇଥିଲେ। ତେବେ ଅନେକ ଦିନ ହେବ ଅଭିଯୁକ୍ତ ଘରେ ନଥିବା ବେଳେ ବିଜୁଳି ବିଲ୍‌ ଅଧିକ ଆସୁଥିଲା । ଦୀର୍ଘ ୬ମାସ ହେବ ବିଲ୍ ଏପରି ଅଧିକ ଆସିବାରୁ ଚିନ୍ତାରେ ପଡିଥିଲେ ଘର ମାଲିକ । ଶେଷରେ ସେ ଗତ ଗୁରୁବାର ଦିନ ଉକ୍ତ ରୁମର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ରୁମରେ ଥିବା ଫ୍ରିଜ ଚାଲୁ ରହିଥିବା ଦେଖି ସେ ପ୍ରଥମେ ତା’କୁ ବନ୍ଦ କରିଥିଲେ। ତେବେ ଏତେ ଦିନ ହେବ ଫ୍ରିଜ ଚାଲୁଥିବାରୁ ଅଧିକ ବିଦ୍ୟୁତ ବିଲ୍‌ ଆସୁଛି ବୋଲି ବି ସେ ଜାଣିଲେ। ଏହା ପରେ ରୁମ ବନ୍ଦ କରି ଚାଲି ଯାଇଥିଲେ ।

ହେଲେ ଶୁକ୍ରବାର ଦିନ ସକାଳେ ସେହି ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ପଡ଼ୋଶୀମାନେ ଦୁର୍ଗନ୍ଧରେ ଅତିଷ୍ଠ ହୋଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ରୁମର କବାଟ ଖୋଲି ଫ୍ରିଜକୁ ଖୋଲିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ପୋଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରିଥିଲା । ପଚରାଉଚରା ବେଳେ ସବୁ ସତ ମାନିଥିଲା ସଞ୍ଜୟ । ସେ ପ୍ରତିଭାଙ୍କ ସହ ଲିଭ୍‌ ଇନରେ ରହୁଥିଲେ। ସେ ବିବାହିତ ଥିଲେ ଏବଂ ତାଙ୍କର ପତ୍ନୀ ଓ ୨ଟି ସନ୍ତାନ ଅଛନ୍ତି। କିନ୍ତୁ ପ୍ରତିଭା ତାଙ୍କୁ ବିବାହ କରିବାକୁ ଜିଦ୍ କରୁଥିଲେ। ଯେଉଁଥିରେ ଅତିଷ୍ଠ ହୋଇ ଏପରି କାଣ୍ଟ ଘଟାଇଥିଲା ଅଭିଯୁକ୍ତ ।

 

Leave A Reply

Your email address will not be published.