Latest Odisha News

BREAKING NEWS

ରାଣା ଦମ୍ପତିଙ୍କୁ ମିଳିଲା ସର୍ତମୂଳକ ଜାମିନ

ମୁମ୍ବାଇ: ସାଂସଦ ନବନୀତ ରାଣା ଓ ତାଙ୍କ ପତି ତଥା ବିଧାୟକ ରବି ରାଣାଙ୍କୁ ମୁମ୍ବାଇ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛି । ହନୁମାନ ଚାଳିଶା ଗାନ କରିବା ବିବାଦରେ ୧୧ ଦିନ ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇଥିଲା । ମହାରାଷ୍ଟ୍ରର ଲାଉଡ ସ୍ପିକର ବିବାଦରେ ରାଣା ଦମ୍ପତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବା ପାଇଁ ଜିଦ ଧରିଥିଲେ । ଏହାକୁ ବିରୋଧ କରି ଶିବସେନା କର୍ମୀମାନେ ରାଣା ପରିବାରର ଘର ଆଗରେ ବିକ୍ଷୋଭ କରିଥିଲେ ।

ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ପରେ ସେମାନଙ୍କ ବିରୋଧରେ ରାଜଦ୍ରୋହ କେସ ରୁଜୁ କରାଯାଇ ଗିରଫ କରାଯାଇଥିଲା । ଏବେ ଏମଏନଏସ ମୁଖ୍ୟ ରାଜ ଠାକରେ ଆଜି ସୁଦ୍ଧା ଲାଉଡ ସ୍ପିକର ନ ହଟାଇଲେ ଅଧିକ ଶବ୍ଦରେ ହନୁମାନ ଚାଳିଶା ଗାନ କରିବା ପାଇଁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.