Latest Odisha News

BREAKING NEWS

5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବୁ: ପୁରୋହିତ

ବରଗଡ଼: ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କଲେ ସାଂସଦ ପ୍ରଦୀପ ପୁରୋହିତ । ଅତାବିରାରେ ରାଜ୍ୟ କୃଷକ ସଂଗଠନର ସମ୍ବର୍ଦ୍ଧନାରେ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍‌। କହିଲେ ସନ୍ନ୍ୟାସ ନେଲେ ଚଳିବନି, ହିସାବ ଦେବାକୁ ପଡ଼ିବ । ‘5T ନାଁରେ ହରିଲୁଟ ଓ ଖଣି ଖାଦାନ ଲୁଟ୍‌ର ହିସାବ ମାଗିବ ବିଜେପି’।

ଆଜି ଅତାବିରାଠାରେ କୃଷକ ରାଜ୍ୟ ସଂଗଠନ ପକ୍ଷରୁ ପ୍ରଦତ୍ତ ସମ୍ବର୍ଦ୍ଧନା ଅବସରରେ ସାଂସଦ ପ୍ରଦୀପ ପୁରୋହିତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୫ଟି ନାଆଁରେ ଓଡ଼ିଶାରେ ଯେଉଁ ଲୁଟ୍ ହୋଇଛି, ତାର ହିସାବ ମାଗିବୁ। ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଗତ ୨୪ ବର୍ଷ ଭିତରେ ଓଡ଼ିଶାର ଖଣିଖାଦାନକୁ ଯେଉଁ ଭଳି ଲୁଟ୍ କରାଯାଇଛି, ବିଜେପି ତାର ହିସାବ ମାଗିବ।

ସେ କହିଛନ୍ତି, ବିଜେଡି ପୁଣି କ୍ଷମତାକୁ ନଆସିଲେ ଏବଂ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ। କିନ୍ତୁ ପାଣ୍ଡିଆନ ସନ୍ନ୍ୟାସ ନେଲେ ଚଳିବ ନାହିଁ। ତାଙ୍କୁ ୫ଟି ନାଆଁରେ ଲୁଟର ହିସାବ ଦେବାକୁ ପଡ଼ିବ।

 

Leave A Reply

Your email address will not be published.