Latest Odisha News

BREAKING NEWS

ଜେଲ ଭିତରେ ନିର୍ବାଚନ ଫଳାଫଳ ଦେଖିବେ ରେବନ୍ନା, ୬ ଦିନ ପାଇଁ ନିଜ ହେପାଜତକୁ ନେଲା ଏସଆଇଟି

ବେଙ୍ଗାଲୁରୁ: ରିମାଣ୍ଡରେ ଗଲେ ଜେଡିଏସରୁ ନିଲମ୍ବିତ ସାଂସଦ ପ୍ରଜ୍ଜ୍ଵଳ ରେବନ୍ନା । ଜୁନ ୬ ପର୍ଯ୍ୟନ୍ତ ଏସଆଇଟି ହେପାଜତରେ ରହିବେ ପ୍ରଜ୍ଜ୍ଵଳ । ଜେଲରେ ଭିତରେ ରହି ନିର୍ବାଚନ ଫଳାଫଳ ଦେଖିବେ ପ୍ରଜ୍ଜ୍ଵଳ । ଯୌନ କେଳେଙ୍କାରୀ ମାମଲାରେ ଜୁନ ୬ ପର୍ଯ୍ୟନ୍ତ ରେବନ୍ନାଙ୍କୁ ଏସଆଇଟି ହେପାଜତକୁ ପଠାଇଛନ୍ତି କୋର୍ଟ ।

ସୂଚନା ଅନୁସାରେ, କର୍ଣ୍ଣାଟକର ଚର୍ଚ୍ଚିତ ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ତଥା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କୁ ଆଜି ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କରିଛି ଏସଆଇଟି ଟିମ । ତେବେ ପୂର୍ବରୁ ପ୍ରଜ୍ଜ୍ଵଳ ଜାରି କରିଥିବା ଏକ ଭିଡିଓ ବାର୍ତ୍ତରୁ ଏସଆଇଟି ଟିମ୍ ତାଙ୍କର ଭାରତ ଫେରିବା କଥା ଜାଣିପାରିଥିଲା । ଏହାପରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା କ୍ଷଣି ତାଙ୍କୁ ଗିରଫ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ କର୍ଣ୍ଣାଟକ ସରକାର । ପୂର୍ବ ଯୋଜନା ଅନୁସାରେ ଆଜି ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି । ଗିରଫ ପରେ ତାଙ୍କୁ ସିଧାସଳଖ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣୀ ବେଳେ ରେବନ୍ନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏସଆଇଟି । ଆବେଦନକୁ ଗ୍ରହଣ କରି କୋର୍ଟ ୬ଦିନିଆ ଏସଆଇଟି ଟିମକୁ ହସ୍ତାନ୍ତର କରିଛନ୍ତି କୋର୍ଟ ।

Comments are closed.