Latest Odisha News

BREAKING NEWS

ରାଘବ ଚଡ୍ଡା ହେଲେ ଆପ୍ ରାଜ୍ୟସଭା ମୁଖ୍ୟ 

ନୂଆଦିଲ୍ଲୀ: ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ ହେଲେ ରାଘବ ଚଡ୍ଡା। ପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟିର ନେତା ଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଜେଲରେ ଥିବାରୁ ତାଙ୍କ ସ୍ଥାନରେ ରାଘବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏନେଇ ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ବର୍ତ୍ତମାନ ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ଚଡ୍ଡା ହେଉଛନ୍ତି ସବୁଠାରୁ ଯୁବ ରାଜ୍ୟସଭା ସଦସ୍ୟ। ଗତ ୧୧ ଅଗଷ୍ଟ ୨୦୨୩ ରେ, ରାଘବ ଚଢାଙ୍କୁ ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରାଯାଇଥିଲା। ସେ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଭେଟି ଆବେଦନ କରିବା ବିଷୟରେ କହିଥିଲେ। ୧୧୫ ଦିନ ପରେ ଚଢାଙ୍କ ନିଲମ୍ବନପ୍ରତ୍ୟାହାର ହୋଇଥିଲା ।

ରାଘବ ଚଢା ଆମ୍ ଆଦମୀ ପାର୍ଟିର ଜଣେ ପ୍ରମୁଖ ଚେହେରା ଏବଂ ରାଜ୍ୟସଭାରେ ଦଳ ପକ୍ଷରୁ ମନ୍ତବ୍ୟ ରଖନ୍ତି । ନିକଟରେ ସେ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କ ସମ୍ପର୍କିତ ବିଲ୍ ଉପରେ ଆଲୋଚନାରେ ମତ ରଖୁଥିଲେ । ସୋସିଆଲ ମିଡିଆରେ ତାଙ୍କ ଭାଷଣ ଖୁବ୍ ଭାଇରାଲ ହୋଇଥିଲା ।

 

 

 

Comments are closed.