Latest Odisha News

BREAKING NEWS

ଅବସର ଗୁଜବ ପରେ ମୁହଁ ଖୋଲିଲେ ଏମଏସ ଧୋନୀ

ଚେନ୍ନାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ଶେଷ ଓଭର ଆଡକୁ ବ୍ୟାଟିଂ କରିବାକୁ ଆସି ପୂର୍ବରୁ ସମାଲୋଚିତ ହୋଇଥିଲେ । ଦିଲ୍ଲୀ ବିପକ୍ଷରେ ତାଙ୍କ ଧୀମା ବ୍ୟାଟିଂ ପ୍ରଶଂସକ ଓ ସମୀକ୍ଷକଙ୍କୁ ଚିନ୍ତାରେ ପକାଇଛି । ଧୋନୀଙ୍କ ଅବସର ନେଇଯିବ ଉଚିତ ବୋଲି ସମସ୍ତେ ଅନୂଭବ କରିବା ଆରମ୍ଭ କରିଛନ୍ତି ।

ଏହା ମଧ୍ୟରେ ଧୋନୀ ନିଜେ ଅବସର ନେବେ କି ନାହିଁ ଏକ ସାକ୍ଷାତକାରରେ କହିଛନ୍ତିି । ସେ କହିଛନ୍ତି, ମୁଁ ଏବେ ଆଇପିଏଲ ଖେଳୁଛି । ଆଇପିଏଲର ଏହି ସିଜନ ଶେଷ ବେଳକୁ ମୋତେ ୪୪ ବର୍ଷ ହୋଇ ଯାଇଥିବ । ଏହା ପରେ ମୁଁ ଖେଳିବି କି ନାହିଁ ଚିନ୍ତା କରିବି । ମୋ ଶରୀର ଆଗକୁ ଏଥିପାଇଁ ଫିଟ ରହିବ କି ନାହିଁ ତାହା ଉପରେ ମୋ ଅବସର ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ଧୋନୀ ଏହି ସାକ୍ଷାତକାର ମାଧ୍ୟମରେ ପରୋକ୍ଷରେ ଚଳିତ ସଂସ୍କରଣ ଅଧାରୁ ଅବସର ନେବା ଗୁଜବ ଉପରେ ଏକ ପ୍ରକାର ବିରାମ ଲଗାଇଛନ୍ତି । ଧୋନୀଙ୍କ ୱିକେଟ କିପିଂ ପ୍ରଭାବିତ କରୁଥିଲେ ମଧ୍ୟ ତାଙ୍କ ବ୍ୟାଟିଂ ନିରାଶ କରୁଛି ।

ଚେନ୍ନାଇ ଚଳିତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଦଳକୁ ଏବେଠାରୁ ବିଜୟଧାରାକୁ ଫେରିବାକୁ ପଡିବ । ଗତ ମ୍ୟାଚରେ ଧୋନୀଙ୍କ ବାପା, ମାଆ ମ୍ୟାଚ ଦେଖିବାକୁ ଆସିଥିଲେ । ଫଳରେ ତାଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଥିଲା ।

Comments are closed.