ଚେନ୍ନାଇ: ଚଳତି ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ତେବେ ଏହି ମ୍ୟାଚ ପୂର୍ବରୁ ଏମଏସ ଧୋନୀଙ୍କ ଅବସର ଚର୍ଚ୍ଚା ବେଶ ଜୋର ଧରିଥିଲା । ଷ୍ଟାଡିୟମର ପରିବେଶ ଓ ପରିସ୍ଥିତି ଏହା ସୂଚାଉଥିଲା । ଚେନ୍ନାଇ ଚଳିତ ସଂସ୍କରଣରେ ତାର ଶେଷ ଲିଗ ମ୍ୟାଚ ବେଙ୍ଗାଲୁରରେ ଆରସିବି ବିପକ୍ଷରେ ଖେଳିବ । ଏହାର ମାନେ ଧୋନୀ କଣ ତାଙ୍କର ଶେଷ ଆଇପିଏଲ ମ୍ୟାଚ ଚେପକରେ ଖେଳି ସାରିଛନ୍ତି ? ମ୍ୟାଚ ପୂର୍ବରୁ ଫ୍ରାଂଚାଇଜରଙ୍କ ପକ୍ଷରୁ ଷ୍ଟାଡିୟମରେ ପ୍ରଶଂସକମାନଙ୍କୁ ଚେନ୍ନାଇ ଜର୍ସି ସହ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିଲା । ଷ୍ଟାଡିୟମ ମଧ୍ୟ ହଳଦିଆ ସାଗରରେ ରୂପାନ୍ତରିତ ହୋଇଥିଲା । ମ୍ୟାଚ ପରେ ପ୍ରଶଂସକଙ୍କୁ ଧୋନୀ ଓ ଚେନ୍ନାଇ ଟିମ ଲ୍ୟାପ ଅଫ ଅନର ପ୍ରଦାନ କରିଥିଲେ ।
ଧୋନୀ ଓ ପୂର୍ବତନ ଖେଳାଳି ସୁରେଶ ରାଇନା ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ ଦେବା ସହ ପଡିଆ ଚାରିପଟେ ବୁଲିଥିଲେ । ଏହି ଅବସରରେ ଧୋନୀ ପ୍ରଶଂସକଙ୍କୁ ହଳଦିଆ କଲରର ବଲ ରିଟର୍ଣ୍ଣ ଗିଫ୍ଟ ଭାବେ ଦେଇଥିଲେ । ଲ୍ୟାପ ଅଫ ଅନର ପୂର୍ବରୁ ଧୋନୀଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ଟିମ ମାଲିକ ଏନ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ପଦକ ପିନ୍ଧାଇଥିଲେ । ଅବଶ୍ୟ ଅବସର ନେଇ ଧୋନୀ କିମ୍ବା ଚେନ୍ନାଇ ଟିମ ପକ୍ଷରୁ କୌଣସି ଅଫିସିଆଲ ବୟାନ ଜାରୀ କରାଯାଇ ନାହିଁ । ରାଇନା ମଧ୍ୟ ଧୋନୀ ଅବସର ନେବା ଖବର ଏଡାଇ ଦେଇ ହେବ ନାହିଁ ବୋଲି କହିଛନ୍ତି ।
Comments are closed.