ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍)ରେ ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ୯,୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ।
ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଟଂରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ଅନୁସାରେ ମୁବାଦଲାର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୧.୮୫ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ।
ଏହି ନିବେଶ ସହିତ ଛଅ ସପ୍ତାହରୁ କମ୍ ସମୟ ଭିତରେ ଫେସବୁକ୍, ସିଲ୍ଭର ଲେକ୍, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଂଟାଲଟିକ୍, କେକେଆର୍ ଓ ମୁବାଦଲା ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଅଭିବୃଦ୍ଧି ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ମୁକେଶ ଅମ୍ବାନି କହିଛନ୍ତି ଯେ, “ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଦେଶରେ ପରିଣତ ହେବା ଲାଗି ଆମର ଯେଉଁ ଯାତ୍ରା ରହିଛି ସେଥିରେ ସହଯୋଗୀ ହେବା ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ଅଭୂତପୂର୍ବ ପରିବର୍ତ୍ତନକାରୀ ବିଶ୍ୱସ୍ତରୀୟ ଅଭିବୃଦ୍ଧି ନିବେଶକ ମୁବାଦଲା ନିଷ୍ପତି ନେଇଥିବାରୁ ଆମେ ବେଶ୍ ଉଲ୍ଲସିତ” ।
ଆବୁଧାବି ସହିତ ମୋର ଦୀର୍ଘମିଆଦୀ ସମ୍ପର୍କ ଜରିଆରେ ମୁଁ ୟୁଏଇର ଜ୍ଞାନ ପର୍ଯ୍ୟବେସିତ ଅର୍ଥନୀତିକୁ ବିଶ୍ୱସ୍ତରରେ ସଂଯୁକ୍ତ କରିବା ଓ ବିବିଧତା ଆଣିବା କ୍ଷେତ୍ରରେ ମୁବାଦଲାର ଉଲ୍ଲେଖନୀୟ କାର୍ୟ୍ୟର ପ୍ରଭାବକୁ ନିଜେ ଦେଖିଛି । ସାରା ବିଶ୍ୱରେ ଅଭିବୃଦ୍ଧିର ଯାତ୍ରାରେ ସହାୟକ ହୋଇଥିବା ମୁବାଦଲାର ଅଭିଜ୍ଞତା ଓ ଗଭୀର ଜ୍ଞାନରୁ ଆମେ ଲାଭବାନ ହେବାକୁ ଆଶାରଖିଛୁ ବୋଲି ସେ ପ୍ରକାଶ କରିଛନ୍ତି।
ଖାଲଦୁନ୍ ଅଲ ମୁବାରକ, ପରିଚାଳନା ନିର୍ଦେଶକ ଓ ଗ୍ରୁପ୍ ସିଇଓ, ମୁବାଦଲା ଇନଭେଷ୍ଟମେଂଟ୍ କଂପାନି କହିଛନ୍ତି ଯେ, “ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ କରିବା ଏବଂ ନୂତନ ସୁଯୋଗ ଉନ୍ମୁକ୍ତ କରି ପ୍ରଯୁକ୍ତିରେ ଅଗ୍ରଦୂତ ସାଜିଥିବା ଉଚ୍ଚ ଅଭିବୃଦ୍ଧିଶୀଳ କଂପାନିଗୁଡ଼ିକ ସହିତ ପ୍ରତ୍ୟକ୍ଷ ଭାବେ କାର୍ୟ୍ୟ କରିବା ଏବଂ ସେଥିରେ ନିବେଶ କରିବାକୁ ଆମେ ପ୍ରତିବଦ୍ଧ” ।
ବିଶ୍ୱରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଥିବା ଏବଂ ପ୍ରମୁଖ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ କ୍ଷେତ୍ର ସହିତ ସମନ୍ୱିତ ଆବୁଧାବିର ବିବିଧ ଅର୍ଥନୀତିକୁ ଆଗକୁ ବଢାଇବା ଲାଗି ମୁବାଦଲା ନିବେଶ ଓ ସହଭାଗିତା ସ୍ଥାପନ କରିଥାଏ ।
ମୁବାଦଲାର ଭେଂଚର ବ୍ୟବସାୟ ଏବେ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଓ ମଧ୍ୟ ପ୍ରାଚ୍ୟର ଅନେକ ଭେଂଚର ଫଣ୍ଡ୍କୁ ପରିଚାଳନା କରୁଛି ।
ବର୍ତମାନ ମୁବାଦଲାର ନିବେଶ ପୋର୍ଟର୍ଫୋଲିଓରେ ରହିଛି ଅତ୍ୟାଧୁନିକ ମାନୁଫାକ୍ଚରିଂ, ସେମିକଣ୍ଡକ୍ଟର, ଧାତବ ଓ ଖନନ କ୍ଷେତ୍ର, ଫାର୍ମାସ୍ୟୁଟିକାଲ୍ ଏବଂ ମେଡିକାଲ୍ ପ୍ରଯୁକ୍ତି, ଅକ୍ଷୟ ଶକ୍ତି ଓ ୟୁଟିଲିଟିଜ୍ ଏବଂ ବିବିଧ ଆର୍ଥିକ ହୋଲ୍ଡିଂର ପରିଚାଳନା ।
ଆହୁରି ମଧ୍ୟ ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି।
Comments are closed.