Latest Odisha News

BREAKING NEWS

ସ୍ପେନରେ ଭୟଙ୍କର ବନ୍ୟା, ସ୍ଥିତି ପରଖିବାକୁ ଆସିଥିବା ରାଜା-ରାଣୀଙ୍କୁ କାଦୁଅ ଫୋପାଡିଲେ… 

ମାଦ୍ରିଦ: ସ୍ପେନରେ ଭୟଙ୍କର ବନ୍ୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଶହଶହ ଲୋକ ନିଖୋଜ ହୋଇଯାଇଛନ୍ତି।

ଗତ ରବିବାର ଦିନ ସ୍ପେନର ଷଷ୍ଠ ରାଜା ଫେଲିପ, ରାଣୀ ଲେଟିଜିଆ ଏବଂ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ପାୟାପୋର୍ଟର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବାବେଳେ ସେଠାକାର ଉତ୍ୟକ୍ତ ଜନତା ସେମାନଙ୍କ ଉପରକୁ କାଦୁଅ ଫିଙ୍ଗିବାରେ ଲାଗିଥିଲେ।

ତେବେ ପାୟାପୋର୍ଟାରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ପରେ ରାଜା, ରାଣୀ ଏବଂ ପ୍ରଧାନମନ୍ତ୍ରୀ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସେ ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲାବେଳେ ଉତ୍ତେଜିତ ଜନତା ହତ୍ୟାକାରୀ କହି ସେମାନଙ୍କ ଉପରେ କାଦୁଅ ଫିଙ୍ଗିଥିଲେ।

ତେବେ ସରକାର ସେମାନଙ୍କ ସହିତ ଅଛନ୍ତି ଓ ପ୍ରଭାବିତ ଲୋକଙ୍କ କ୍ରୋଧ ଏବଂ ନିରାଶାକୁ ବୁଝିପାରୁଛନ୍ତି ବୋଲି ରାଜା କହିଥିଲେ। ସେହିପରି ଉପ-ପ୍ରଧାନମନ୍ତ୍ରୀ ମାରିଆ ଜିସୁ ମୋଣ୍ଟେରୋ କହିଛନ୍ତି ଯେ ସରକାରଙ୍କୁ ଲୋକଙ୍କ ଦୁଃଖର ଫାଇଦା ଉଠାଇବାକୁ ଦେବେ ନାହିଁ।

ତେବେ ଏହି ବନ୍ୟା ବିପର୍ଯ୍ୟୟରେ ସ୍ୱେଚ୍ଛାସେବୀମାନେ ଖାଦ୍ୟ, ଜଳ ଏବଂ ସଫେଇ ଉପକରଣ ସହିତ ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ରବିବାର ଦିନ ଭାଲେନ୍ସିଆ ଅଞ୍ଚଳରେ ସ୍ପେନର ପାଣିପାଗ ବିଭାଗ “ରେଡ୍ ଆଲର୍ଟ” ଜାରି କରି ସୋମବାର ପର୍ଯ୍ୟନ୍ତ ସେଠାରେ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅନେକ ଯାନବାହାନ ଏବଂ ପାର୍କିଂ ଅଞ୍ଚଳ ପାଣିରେ ବୁଡି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

 

Comments are closed.