Latest Odisha News

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା ଲାଗିଛି। କାରଣ କର୍ଣ୍ଣାଟକର ସ୍ୱତନ୍ତ୍ର କୋର୍ଟ ମୁଦା ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେବା ସହ କ୍ଲିନଚିଟକୁ ମଧ୍ୟ ଖାରଜ କରିଛନ୍ତି।

ଲୋକାୟୁକ୍ତ ପୋଲିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ବି ରିପୋର୍ଟ’ କୁ ସ୍ଥଗିତ ରଖାଯାଇଛି। ଯେଉଁଥିରେ ସିଦ୍ଧରମୈୟାଙ୍କୁ ଦୋଷମୁକ୍ତ ବୋଲି ଦର୍ଶାଯାଇଛି। ତେବେ ଏହି କ୍ଲିନଚିଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସାମାଜିକ କର୍ମୀ ସ୍ନେହମୟୀ କୃଷ୍ଣ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ପୂର୍ବରୁ ସୋମବାର ପର୍ଯ୍ୟନ୍ତ  ତାଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ କିନ୍ତୁ ତଦନ୍ତ ଅସମ୍ପୂର୍ଣ୍ଣ ଥିବାରୁ ମାମଲାକୁ ବର୍ତ୍ତମାନ ମେ ୭ ପର୍ଯ୍ୟନ୍ତ ସ୍ଥଗିତ ରଖି ଦିଆଯାଇଛି।

ତେବେ ତଦନ୍ତ ସମାପ୍ତ ହେବାପରେ ହିଁ କୋର୍ଟ ନିଜର ଚୂଡ଼ାନ୍ତ ରାୟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

Comments are closed.