ନୂଆଦିଲ୍ଲୀ : ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛି ମୁଗଲ ଗାର୍ଡେନ । ଆସନ୍ତା ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ରାଷ୍ଟ୍ରପତି ଭବନ ଅନ୍ତର୍ଗତ ପୁଷ୍ପ ଉଦ୍ୟାନ । ମୁଗଲ ଗାର୍ଡେନକୁ ପ୍ରବେଶ କରିବାକୁ ହେଲେ କେବଳ ଅନଲାଇନ ଜରିଆରେ ଟିକେଟ ବୁକିଂ କରିବାକୁ କୁହାଯାଇଛି । ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେବ ୧୧ ପ୍ରକାରର ଟୁଲିପ । ଏହି ଫୁଲ ଫେବ୍ରୁଆରୀରେ ଫୁଟିବା ଆରମ୍ଭ ହୋଇଥାଏ ।
ଗତ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ଷିକ ଉଦ୍ୟାନୋତ୍ସବକୁ ଉଦଘାଟନ କରିଥିଲେ । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହିବ । ପ୍ରତ୍ୟେକ ସ୍ଲଟରେ ସର୍ବାଧିକ ୧୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ । ସାଥୀରେ ମୋବାଇଲ ନେଇପାରିବା ଲାଗି ଦର୍ଶକଙ୍କୁ ଅନୁମତି ଦିଆଯିବ । ତେବେ କ୍ୟାମେରା, ରେଡିଓ, ଟ୍ରାଞ୍ଜିଷ୍ଟର, ବ୍ୟାଗ, ପାଣି ବୋତଲକୁ ନିଷିଦ୍ଧ କରାଯାଇଛି ।
Comments are closed.