Latest Odisha News

BREAKING NEWS

ଖସିଲେ ଆଦାନୀ, ୧୦ ଧନୀ ତାଲିକାକୁ ଏଣ୍ଟ୍ରି ମାରିଲେ ଅମ୍ବାନୀ

ନୂଆଦିଲ୍ଲୀ:ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ । ଧନୀ ତାଲିକାରେ ଗୌତମ ଆଦାନୀ ଯେତିକି ଯେତିକି ଖସିବାରେ ଲାଗିଛନ୍ତି, ମୁକେଶ ଅମ୍ବାନୀ ସେତିକି ଉଠିବାରେ ଲାଗିଛନ୍ତି । ପୁଣି ଥରେ ବିଶ୍ୱ ଧନୀ ତାଲିକାର ୧୦ ଧନୀଙ୍କ ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ।

ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ରିପୋର୍ଟ ତାଲିକାର ୪ ନମ୍ବର ସ୍ଥାନରେ ଥିବା ଗୌତମ ଆଦାନୀ ତଳକୁ ତଳକୁ ଖସିବାରେ ଲାଗିଛନ୍ତି । ମୁକେଶଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଆରବ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଏ ନେଇ ଫୋବର୍ସ ରିଅଲ ଟାଇଟ ବିଲିଓନାରୀ ଇଣ୍ଡେକ୍ସ ପକ୍ଷରୁ ଏହା କୁହାଯାଇଛି ।

ତଥ୍ୟ ଅନୁଯାୟୀ, ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ପୁଣିଥରେ ବିଶ୍ୱ ଧନୀ ତାଲିକାର ୧୦ ନମ୍ବରକୁ ଉଠିଛନ୍ତି  । ମୁକେଶଙ୍କ ସମ୍ପତ୍ତି  ୨୪ ଘଂଟା ମଧ୍ୟରେ ୧.୭ ଆରବ ଡଲାର ତଥା ୧୪,୦୪୩ କୋଟି ଟଙ୍କା ବୃଦ୍ଧି ପାଇଛି  । ଏହା ପରେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୩.୧ ଆରବ ଡଲାରରେ ପହଂଚିଛି ।

ଗତ କିଛି ଦିନ ହେବ ବିଶ୍ୱ ଧନୀ ତାଲିକାରେ ଉଠିବା-ଖସିବା ଧାରା ଲାଗି ରହିଛି ।  କିଛିଦିନ ହେବ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ତଳକୁ ତଳକୁ ଖସିବାରେ ଲାଗିଛି । ସେ ଚାରି ନମ୍ବରରେ ଥିଲେ । ଆଦାନୀଙ୍କ ରାଙ୍କ ଖସିବା ଫଳରେ ଅମ୍ବାନୀ ଉପରକୁ ଉଠିଥିଲେ ।

Leave A Reply

Your email address will not be published.