Latest Odisha News

BREAKING NEWS

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା ।

ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି କୋଟିଆରେ ଅନେକ ଥର ଆନ୍ଧ୍ର ଅଧିକାରୀ ପଶିଛନ୍ତି । ୨୦୨୨ ଡିସେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶା ସରକାରଙ୍କ ଅଧିକାରୀ ଆନ୍ଧ୍ର ସରକାରଙ୍କ ସ୍ୱାସ୍ଥ୍ୟ ଟିମକୁ ଅଟକାଇଥିଲା । ପଟାଙ୍ଗୀ ବିଡିଓ ବିରୋଧ କରି କହିଥିଲେ, ଓଡ଼ିଶାରେ ଆନ୍ଧ୍ରର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ନାହିଁ ।

ତା ପୂର୍ବରୁ ୨୦୨୨ ଅକ୍ଟୋବର ୧୯ ତାରିଖରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା କୋଟିଆରେ ସଭା କରି ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥଲେ । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ସମୟରେ ବି ତାଙ୍କୁ କୋଟିଆରେ ଦେଖିବାକୁ ମିଳିଥିଲା ।

ଦୀର୍ଘ ବର୍ଷ ଧରି କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ବାରମ୍ବାର ଆନ୍ଧ୍ର ଅଧିକାରୀ ଓ ମନ୍ତ୍ରୀ କୋଟିଆରେ ପଶି ଆନ୍ଧ୍ର ସରକାରଙ୍କ ଯୋଜନା ପ୍ରତି ସ୍ଥାନୀୟ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.