Latest Odisha News

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ପରେ ୫୫ ସୁରକ୍ଷାକର୍ମୀ ସଜାଗ

ମୁମ୍ବାଇ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ । ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ଦିଆଯାଇଛି । ହତ୍ୟା ଧମକ ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଏଥିସହିତ ୫୫ ସୁରକ୍ଷାକର୍ମୀ ସଜାଗ ହୋଇଛନ୍ତି ।

ଇ-ମେଲ ପ୍ରେରକ ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରିଛନ୍ତି । ପୂର୍ବରୁ ଅମ୍ବାନୀଙ୍କ ଘର ସାମ୍ନାରୁ ସନ୍ଦିଗ୍ଧ ସ୍କର୍ପିଓ ମିଳିଥିବାରୁ ଧମକ ଘଟଣାକୁ ପୋଲିସ ତତ୍ପରତାର ସହ ଯାଞ୍ଚ କରୁଛି । ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ, ପୁଅ ଅନନ୍ତ,ଆକାଶ ଏବଂ ବୋହୂମାନଙ୍କ ସହ ଆଣ୍ଟେଲିଆରେ ରୁହନ୍ତି । ସୁରକ୍ଷା ଦେଖିଲେ ଜେଡ୍ ପ୍ଲସ୍ ସିକ୍ୟୁରିଟି ତାଙ୍କୁ ଦିଆଯାଇଛି । ଏହାର ଖର୍ଚ୍ଚ ସେ ନିଜେ ଉଠାନ୍ତି । ଏଥିରେ ୫୫ ସୁରକ୍ଷାକର୍ମୀଙ୍କ ଅଭେଦ୍ୟ ସୁରକ୍ଷା କବଚ ମୁକେଶଙ୍କୁ ମିଳିଛି । ସେମାନଙ୍କ ମଧ୍ୟରେ ୧୦ରୁ ଅଧିକ ଏନ୍‌ଏସଜି କମାଣ୍ଡୋ, ପୋଲିସ ଅଫିସର ସାମିଲ ଅଛନ୍ତି । ସେହିଭଳି ନୀତାଙ୍କୁ ମଧ୍ୟ ୱାଇ କାଟାଗୋରୀର ସୁରକ୍ଷା ମିଳୁଛି । ଉଭୟଙ୍କ ସୁରକ୍ଷାରେ ରେଞ୍ଜ ରୋଭର ଭଳି ଦାମୀ କାର ମଧ୍ୟ ରହିଛି । ଏଥିଲାଗି ମାସକୁ ୧୫-୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

Comments are closed.