ମୁମ୍ବାଇ: କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଏଥର ୨୦ କୋଟି ନୁହେଁ ୨୦୦ କୋଟି ମାଗିଲେ ଅଭିଯୁକ୍ତ । ଇମେଲ କରି ୨୦୦ କୋଟି ମାଗିଛି । ପୂର୍ବରୁ ୨୦ କୋଟି ମାଗିଥିଲା । ହେଲେ ଏବେ ମାଗିଛି ୨୦୦ କୋଟି । ଉତ୍ତର ଦେବାରେ ବିଳମ୍ବ ହେବାରୁ ପରିମାଣ ବଢିଗଲା ବୋଲି କହିଛି ଅଭିଯୁକ୍ତ । ଏହି ଅର୍ଥରାଶି ନ ଦେଲେ ଡେଥ ୱରେଣ୍ଟ ବୋଲି ଧମକ ଦେଇଛି ।
ପୂର୍ବ ଆକାଉଣ୍ଟରୁ ପୁଣି ଆସିଛି ଇମେଲ । ଏଥିରେ ହତ୍ୟାକାରୀ କହିଛି, ‘ବର୍ତ୍ତମାନ ସୁଦ୍ଧା ଆମ ଇମେଲର ଜବାବ ମିଳିଲା ନାହିଁ । ସେଥିପାଇଁ ୨୦୦ କୋଟି ଦେବାକୁ ପଡିବ । ନଦେଲେ ମନେରଖ, ଡେଥ ୱରେଣ୍ଟରେ ସିଗ୍ନେଚର ହୋଇ ସାରିଲାଣି । ଇଂରାଜୀରେ ଲେଖା ଯାଇଛି “U have not responded to our email. Now the amount is 200 crore, otherwise the death warrant is signed”.
ସୂଚନାଥାଉ କି, ଏହାପୂର୍ବରୁ ଅକ୍ଟୋବର ୨୭ ତାରିଖ ରାତି ୮:୫୧ରେ ଏକ ମେଲ ଆସିଥିଲା । ସେଥିରେ ଲେଖାଥିଲା, ‘IF you don’t give us 20 crore rupees, we will kill you, we have the best shooters in India’. ଏପରି ମେଲ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।
ସୂଚନାଥାଉ କି,ଗତ ବର୍ଷ ଅକ୍ଟୋବରରେ ଦକ୍ଷିଣ ମୁମ୍ବାଇର ସର ଏଚଏଚ ରିଲାଏନ୍ସ ହସ୍ପିଟାଲର ଜଣେ ବ୍ୟକ୍ତି ଫୋନ କରିଥିଲେ । ସେ ହସ୍ପିଟାଲକୁ ବମିଂ କରି ଉଡାଇ ଦେବାକୁ ଧମକ ଦେଇଥିଲେ । ଫୋନ କରି ସେ କହିଥିଲେ ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାରକୁ ଉଡାଇ ଦେବାକୁ ଧମକ ଦେଇଥିଲେ । ଏପରିକି ତାଙ୍କ ଏଣ୍ଟିଲିଆକୁ ବି ଉଡାଇ ଦେବାକୁ ଧମକ ଦେଇଥିଲେ ।
ତେବେ ପ୍ରଥମ ଇମେଲ ଆସିବାର ଇତି ମଧ୍ୟରେ୨୪ ଘଣ୍ଟା ହୋଇଗଲାଣି । ହେଲେ ପୋଲିସର ତଦନ୍ତ କେତେବାଟ ଆଗେଇଛି, ଧମକ ଦେଇଥିବା ଅଭିଯୁକ୍ତ ବିଷୟରେ କ’ଣ ତଥ୍ୟ ପୋଲିସ ହାତରେ ଲାଗିଛି ସେ ବିଷୟରେ କିଛି ସୂଚନା ମିଳିନାହିଁ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.