Latest Odisha News

BREAKING NEWS

କରୋନା ପ୍ରଭାବ : ୭୦ ଦିନରେ ୧.୧୧ ଲକ୍ଷ କୋଟି କ୍ଷତି ସହିଲେଣି ମୁକେଶ

ନୂଆଦିଲ୍ଲୀ: କରୋନା ପ୍ରଭାବ ଯୋଗୁ ବ୍ୟବସାୟୀମାନେ ବିଶେଷ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଭାରତର ମୁକେଶ ଅମ୍ବାନୀ ୭୦ ଦିନ ମଧ୍ୟରେ ୧.୧୧ ଲକ୍ଷ କୋଟି ଟଙ୍କା କ୍ଷତି ସହିଲେଣି । ଏହି କାରଣ ଯୋଗୁ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି । ଶେୟାର ମାର୍କେଟରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ୧୨ ବର୍ଷ ମଧ୍ୟରେ ମୁକେଶଙ୍କ ଏହା ସବୁଠାରୁ ଅଧିକ କ୍ଷତି ।

ରିଲାଏନ୍ସ ଇଣ୍ଡ୍ରଷ୍ଟ୍ରିଜ ଲିମିଟେଡର ଶେୟାର ୫୨ ସପ୍ତାହରେ ନିମ୍ନତମସ୍ତରରେ ପହଂଚିଛି । ୨୦୨୦ରେ ଆରଆଇଏଲର ଶେୟାର ୩୦ ପ୍ରତିଶତ ନିମ୍ନକୁ ଖସିଛି । ତେବେ କରୋନା ପ୍ରଭାବ କମିଲେ ଶେୟାର ସୂଚକାଙ୍କ ବଢ଼ିବ ବୋଲି ରିଲାୟନ୍ସ ପକ୍ଷରୁ ଆଶା ରଖାଯାଇଛି ।

Leave A Reply

Your email address will not be published.