Latest Odisha News

BREAKING NEWS

ମୁକେଶ ଅମ୍ବାନୀଙ୍କୁ ଏଥର ଜେଡ ପ୍ଲସ ସୁରକ୍ଷା

ମୁମ୍ବାଇ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି । ଏବେ ସେ ଜେଡ ବଦଳରେ ଜେଡ ପ୍ଲସ ସୁରକ୍ଷା ପାଇବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୋଇନ୍ଦା ବିଭାଗ ରିପୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମୁକେଶଙ୍କ ଘର ଆଂଟିଲିୟା ସମ୍ମୁଖରେ ବୋମା ଆତଙ୍କ ପରେ ତାଙ୍କୁ ଜେଡ ସୁରକ୍ଷା ପ୍ରଦାନ କରାଯାଉଥିଲା । ଏବେ ନୂତନ ସୁରକ୍ଷା ବ୍ୟବସ୍ଥାରେ ତାଙ୍କ ସହ ୫୮ କମାଣ୍ଡୋ ରହିବେ । ସେମାନେ ମୁକେଶ ଏବଂ ତାଙ୍କ ପରିବାରକୁ ସର୍ବଦା ସୁରକ୍ଷା ଯୋଗାଇବେ ।

ଭାରତର ପ୍ରଥମ ବ୍ୟବସାୟୀ ଭାବେ ମୁକେଶ ଏହି ସୁରକ୍ଷା ବ୍ୟବସ୍ଥା ପାଇବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଏଥିପାଇଁ ହେବାକୁ ଥିବା ଅତିରିକ୍ତ ଖର୍ଚ୍ଚ ମୁକେଶ ବହନ କରିବେ । ପୂର୍ବରୁ ତାଙ୍କୁ ପ୍ରଦାନ କରାଯାଇଥିବା ଜେଡ ସୁରକ୍ଷାକୁ ବିରୋଧ କରି କୋର୍ଟରେ ଆବେଦନ କରାଯାଇଥିଲା । ମାତ୍ର ଏଥିରେ କୋର୍ଟ ମୁକେଶ ଏବଂ ସରକାରଙ୍କ ସପକ୍ଷରେ ଶୁଣାଣୀ କରିଥିଲେ ।

Leave A Reply

Your email address will not be published.