Latest Odisha News

BREAKING NEWS

ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖତାର୍ ଅବ୍ବାସ ନକଭୀ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୁଖତାରଙ୍କ ଇସ୍ତଫା ସମ୍ଭାବ୍ୟ ପ୍ରାର୍ଥୀତ୍ବ ପାଇଁ ବଳ ଯୋଗାଇଛି । ଏବେ ବାଜପେୟୀ ଅମଳର ଏହି ଟାଣୁଆ ନେତାଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବୀଧାନିକ ପଦ ପାଇଁ ଆଶାୟୀ ବୋଲି କୁହାଯାଉଛି ।

ତେବେ ମୁଖତାରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଗୁରୁବାର ଶେଷ ହେବାକୁ ଯାଉଛି । ଆଉ ବିଜେପି ତାଙ୍କୁ ସଦ୍ୟ ସମାପ୍ତ ନିର୍ବାଚନରେ କେଉଁଠି ବି ପ୍ରାର୍ଥୀ କରିନଥିଲା । ରାଷ୍ଟ୍ରପତି ଆସନ ପାଇଁ ବିଜେପି ଓଡ଼ିଶାର ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ସେହି ଅନୁପାତରେ ଜଣେ ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ବିଜେପି ଉପରାଷ୍ଟ୍ରପତି ଆସନରେ ବସାଇବା ପାଇଁ ଆକଳନ କରୁଛି ।

କେରଳ ମୁଖ୍ୟମନ୍ତ୍ରୀ ମହମ୍ମଦ ଆରିଫ୍ ଖାନ୍, ପୂର୍ବତନ ମନ୍ତ୍ରୀ ନଜମା ହେପତୁଲ୍ଲା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଉ ଏବେ ମୁଖତାରଙ୍କ ନାମ ସମ୍ଭାବ୍ୟ ଉପରାଷ୍ଟ୍ରପତି ତାଲିକାରେ ଯୋଡ଼ି ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଆଗରୁ ମୁଖତାରଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଏବଂ ସେ ଆଶାୟୀ ବୋଲି କହିବା ଏକ ସହଜ ଆକଳନ ।

ସେପଟେ ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ନେଇ ଦେଶରେ ଏକ ତିକ୍ତ ପରିସ୍ଥିତି ଉପୁଜିଥିବା ବେଳେ ବିଜେପି ଏହାକୁ ମେଣ୍ଟାଇବା ପାଇଁ ମୁସଲମାନ ପ୍ରାର୍ଥୀ ଯୋଜନା କରୁଛି ବୋଲି ଆଲୋଚନା ହେଉଛି ।

ଏନଡିଏ ନିକଟରେ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଯଥେଷ୍ଟ ଅଙ୍କ ରହିଛି । ତେଣୁ ବିଜେପି ପ୍ରାର୍ଥୀ ଘୋଷଣା କରି ଦମ୍ଭ ବିଜୟ ଆଶା ରଖିବା ଧେୟ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୯ । ଅଗଷ୍ଟ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.