Latest Odisha News

ମୁଖ୍‌ତର୍‌ ଅନସାରୀ କରୋନା ପଜିଟିଭ

ଉତ୍ତରପ୍ରଦେଶ: ଦୁଇ ସପ୍ତାହ ପୂର୍ବେ ଉତ୍ତରପ୍ରଦେଶର ବାନ୍ଦା ଜେଲକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତର୍‌ ଅନସାରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଶନିବାର ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁଖତର୍‌ ଏବଂ ଅନ୍ୟ କଏଦୀମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ମୁଖତର୍‌ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ପୃଥକ୍‌ ରହିଛନ୍ତି। ଖବର ଅନୁଯାୟୀ, ମୁଖତର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Comments are closed.