ନୂଆଦିଲ୍ଲୀ: ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତାଙ୍କ ଭାଇ ଶିବପାଳ ଯାଦବ, ପୁଅ ଅଖିଳେଶ ଯାଦବ ଓ ବୋହୁ ଅପର୍ଣ୍ଣା ଯାଦବ ମଧ୍ୟ ତାଙ୍କ ପାଖରେ ରହିଛନ୍ତି । ବାରମ୍ବାର ତାଙ୍କର ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ଆଗାମୀ 24 ଘଣ୍ଟା ମୁଲାୟମଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଶିବପାଳ ଯାଦବ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମୁଲାୟମଙ୍କ ସ୍ବାସ୍ଥ୍ୟ ବିଷୟରେ ଅଖିଳେଶ ଯାଦବଙ୍କୁ ଫୋନ କରି ବୁଝିଛନ୍ତି । ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି । ଅକ୍ସିଜେନ ଲେବଲ କମ ଥିବାରୁ ନିଶ୍ବାସ ନେବାରୁ କଷ୍ଟ ହେଉଥିବା ଡାକ୍ତର କହିଛନ୍ତି ।
PM Narendra Modi spoke to Samajwadi Party chief Akhilesh Yadav and enquired about Mulayam Singh Yadav’s health. He also said whatever possible assistance is required, he is there to help: Sources
(file pics) pic.twitter.com/4E9qmIMOFH
— ANI (@ANI) October 2, 2022
୮୨ ବର୍ଷିୟ ମୁଲାୟମ ସିଂହ ଯାଦବଙ୍କର ସ୍ୱାସ୍ଥ୍ୟ କୁ ନେଇ ପରିବାର ଚିନ୍ତିତ ଥିବା କୁହାଯାଇଛି । କିଛି ଦିନ ପୂର୍ବରୁ ତାଙ୍କ ଦେହ ଖରାପ ହେବାରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ହଠାତ୍ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଆଇସିୟୁକୁ ଶିଫ୍ଟ କରାଯାଇଛି । ମୁଲାୟମଙ୍କ ଅକ୍ସିଜେନ ଲେବଲ ଓ ବ୍ଲଡ ପ୍ରେସର କମ୍ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି ।
Comments are closed.