ଡର୍ବାନ: ଏବେ ସବୁ ଆଡେ ଦକ୍ଷିଣ ଆଫ୍ରିକା ଅଧିନାୟକ ୱିୟାନ ମୁଲ୍ଡରଙ୍କୁ ପ୍ରଶଂସା କରାଯାଉଛି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୁଲ୍ଡର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୩୬୭ ରନର ଇନିଂସ ଖେଳିଥିଲେ । ଏହା ପରେ ସେ ଇନିଂସ ଘୋଷଣା କରି ପ୍ୟାଭିଲିୟନ ଫେରି ଆସିଥିଲେ । ତାଙ୍କ ନିକଟରେ ବ୍ରାଏନ ଲାରାଙ୍କ ୪୦୦ ରନର ବିଶ୍ୱ ରେକର୍ଡ ଭାଙ୍ଗିବା ସୁଯୋଗ ଥିଲେ ମଧ୍ୟ ସେ ଏହା କରି ନ ଥିଲେ । ଏବେ ସେ ଏହାର କାରଣ କହିଛନ୍ତି । ଲାରାଙ୍କ ପରି ମହାନ ଖେଳାଳିଙ୍କ ରେକର୍ଡ ଅତୁଟ ରହୁ । ସେ ଏହାର ପ୍ରକୃତ ହକଦାର । ମୋତେ ପୂନର୍ବାର ସୁଯୋଗ ମିଳିଲେ ମଧ୍ୟ ଏହା କରିବି ବୋଲି ସେ କହିଛନ୍ତି । ଲାରା ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଏହି ରେକର୍ଡ ସ୍କୋର କରିଥିଲେ ।
ପୂର୍ବରୁ ମାର୍କ ଟେଲର ମଧ୍ୟ ଡନ ବ୍ରାଡମ୍ୟାନଙ୍କ ସମ୍ମାନ ପାଇଁ ଏ ଭଳି କାର୍ଯ୍ୟ କରିଥିଲେ । ପାକିସ୍ତାନ ବିପକ୍ଷରେ ଟେଲର ୧୯୯୮ରେ ତ୍ରିଶତକ ମାରିଥିଲେ । ଟେଲର ୩୩୪ ରନ କରିବା ପରେ ଇନିଂସ ଘୋଷଣା କରିଥିଲେ । ସେ ବ୍ରାଡମ୍ୟାନଙ୍କ ସ୍କୋର ସହ ସମକକ୍ଷ ହେବା ପରେ ଏହାକୁ ଭାଙ୍ଗିବାକୁ ଚାହୁଁ ନ ଥିଲେ । ମୁଲ୍ଡର ମାତ୍ର ୨୯୭ ବଲରେ ଦ୍ରୁତ ତ୍ରିଶତକ ହାସଲ କରିଥିଲେ । କେବଳ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ନାମ ଏବେ ବି ଏହି ରେକର୍ଡ ରହିଛି । ସେହ୍ୱାଗ ୨୭୮ ବଲରେ ତ୍ରିଶତକ ମାରିଥିଲେ ।
Comments are closed.