Latest Odisha News

BREAKING NEWS

ରାୟଗଡରେ ୫ ମହଲା କୋଠା ଭୁଷୁଡି ୧ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଅଘଟଣ । ମୁମ୍ବାଇରୁ ୧୭୦ କିଲୋମିଟର ଦୂର ରାୟଗଡ ଜିଲ୍ଲା ମହଡ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଷୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଏବେ ବି ଭଙ୍ଗା କୋଠା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଆଜି ସନ୍ଧ୍ୟା ୬ଟା ୫୦ ସମୟରେ ଏହି ଘଟଣା ଘଟିଛି ।

ଭଙ୍ଗା କୋଠା ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିିଛି । ପୋଲିସ ଓ ଦମକଳ ବାହିନୀଙ୍କ ଉଦ୍ୟମରେ ଏ ଯାଏଁ ୧୭ ଜଣଙ୍କୁ ଉଦ୍ଧାର କରାଯାଇସାରିଲାଣି । ରାୟଗଡ ଜିଲ୍ଲାପାଳଙ୍କ କହିବାନୁସାରେ ‘ଆଜି ସୋମବାର ହେଇଥିବାରୁ ଅଧିକାଂଶ ଲୋକ ଅଫିସ ଯାଇଥିବେ । ତେଣୁ ଆମେ ଅନୁମାନ କରୁଛୁ ଯେ ଘଟଣା ଘଟିବା ବେଳେ ବିଲଡିଂରେ ୪୦ରୁ ୪୫ ଜଣ ଲୋକ ଥିବେ ।’

Leave A Reply

Your email address will not be published.