Latest Odisha News

BREAKING NEWS

ଜାତୀୟ ସଙ୍ଗୀତ ଅବମାନନା ମାମଲା: ମମତା ବାନାର୍ଜୀଙ୍କୁ ସମନ, ମାର୍ଚ୍ଚ ୨ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତା ଅବମାନନା ମାମଲାରେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମୁମ୍ବାଇ କୋର୍ଟ ସମନ ଜାରୀ କରିଛି । ମାର୍ଚ୍ଚ ୨ରେ କୋର୍ଟରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଡିସେମ୍ବରରେ ଏକ ସାଧାରଣ ସମାରୋହରେ ଯୋଗ ଦେବାକୁ ମମତା ମୁମ୍ବାଇ ଯାଇଥିଲେ । ସେଠାରେ ସେ ଜାତୀୟ ସଙ୍ଗୀତକୁ ଅପମାନ କରିଥିବା ନେଇ ବିଜେପିର ଜଣେ ନେତା ଅଭିଯୋଗ କରିଥିଲେ ।

ବଲିଉଡ ସେଲିବ୍ରେଟିଙ୍କ ସହ ବୈଠକ ଅବସରରେ ମମତା ଜାତୀୟ ସଙ୍ଗୀତକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲେ । କେବଳ କିଛି ଧାଡି ଗୁଣୁଗୁଣୁ ହୋଇ ଚୁପ ହୋଇ ଯାଇଥିଲେ । ଏହ।। ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା ।

Comments are closed.