ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ମ୍ୟାଚରେ କାମେରୁନ ଗ୍ରୀନଙ୍କ ବିସ୍ଫୋରକ ଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୫ ୱିକେଟ ହରାଇ ୨୦୦ ରନ କରିଥିଲା । ଭିବ୍ରାଂଟ ଶର୍ମା ୬୯, ମୟଙ୍କ ଅଗ୍ରୱାଲ ୮୩ ଓ ହେନରିକ କ୍ଲାସେନ ୧୮ ରନ କରିଥିଲେ । ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ପାଇଁ ମୁମ୍ବାଇକୁ ଏହି ମ୍ୟାଚରେ ବିଜୟ ଜରୁରୀ ଥିଲା । ଈଶାନ କିଶାନ ୧୪ ରନରେ ଆଉଟ ହେବା ପରେ ରୋହିତ ଶର୍ମା ଓ ଗ୍ରୀନ ଇନିଂସ ସମ୍ଭାଳିଥିଲେ । ରୋହିତ ୫୬ ରନ କରିଥିବା ବେଳେ ଗ୍ରୀନ ୧୦୦ ଓ ସୂର୍ଯ୍ୟକୁମାର ଯାଦବ ୨୫ ରନ କରି ଅପରାଜିତ ରହିଥିଲେ । ତେବେ ବାଙ୍ଗାଲୋର ଓ ଗୁଜରାଟ ଟାଇଟନ୍ସ ମ୍ୟାଚର ଫଳାଫଳ ଉପରେ ମୁମ୍ବାଇର ଭାଗ୍ୟ ନିର୍ଭର କରୁଛି ।
ଏହି ମ୍ୟାଚରେ ବାଙ୍ଗାଲୋର ଜିତିଲେ ୪ର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିବ । ମୁମ୍ବାଇ ୧୪ ମ୍ୟାଚରୁ ୧୬ ଏବଂ ବାଙ୍ଗାଲୋର ୧୩ ମ୍ୟାଚରୁ ୧୪ ପଂଏଟ ହାସଲ କରିଛି । ମୁମ୍ବାଇଠାରୁ ବାଙ୍ଗାଲୋରର ଆଭରେଜ ଭଲ ରହିଛି । ତେବେ ବର୍ଷା ହୋଇଥିବାରୁ ବାଙ୍ଗାଲୋର ପ୍ରଶଂସକ ଚିନ୍ତାରେ ରହିଛନ୍ତି । ଯଦି ମ୍ୟାଚ ବାତିଲ ହୋଇଯିବ ତେବେ ମୁମ୍ବାଇ ପ୍ଲେ ଅଫରେ ପ୍ରବେଶ କରିବ ।
Comments are closed.