ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୪ରୁ ୪ ମ୍ୟାଚ ଜିତିବାରେ ସଫଳ ହୋଇଥିଲା । କ୍ରମାଗତ ୩ଟି ସିଜନ ହେବ ମୁମ୍ବାଇ ଖରାପ ପ୍ରଦର୍ଶନ କରୁଛି । ଗୁଜରାଟ ଟାଇଟାନ୍ସ ଚାମ୍ପିୟନ ହେବା ପରେ ଏହାର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାକୁ ଆସିଥିଲେ । ରୋହିତ ଶର୍ମାଙ୍କୁ ହଟେଇ ମୁମ୍ବାଇ ତାଙ୍କୁ ଅଧିନାୟକ କରିଥିଲା । ସେବେଠାରୁ ମୁମ୍ବାଇର ଖରାପ ପ୍ରଦର୍ଶନ ଚାଲିଛି । ମୁମ୍ବାଇ ଟିମ ମ୍ୟାନେଜମେଂଟ ଏକ ବଡ ନିଷ୍ପତି ନେବାକୁ ଯାଉଛି । ଆଇପିଏଲ ନିୟମ ଅନୁସାରେ ମାସକ ପୂର୍ବରୁ ଫ୍ରାଂଚାଇଜମାନଙ୍କୁ ରିଟେନ ଓ ରିଲିଜ ଖେଳାଳିଙ୍କ ନାମ ଘୋଷଣା କରାଯିବ ।
ରିପୋର୍ଟ ମୁତାବକ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ପଦ ସହ ଦଳରୁ ରିଲିଜ ହେବେ ବୋଲି ଖବର ପ୍ରକାଶ ପାଇଛିଚ । ଅନ୍ୟମାନଙ୍କ ମଧ୍ୟରେ ଶେରଫେନ ରଥରଫୋର୍ଡ, ଟ୍ରେଂଟ ବୋଲ୍ଟ, କ୍ୱିଂଟନ ଡିକକ, କେଶବ ମହାରାଜା ରହିଛନ୍ତି । ରଥରଫୋର୍ଡଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବିଶେଷ ଖେଳିବା ସୁଯୋଗ ମିଳି ନ ଥିଲା । ସେମାନଙ୍କ ସ୍ଥାନରେ ନୂଆ ଖେଳାଳି ନେବା ଲକ୍ଷ୍ୟରେ ଟିମ ରହିଛି । ହାର୍ଦ୍ଦିକଙ୍କ ବଦଳରେ କେଉଁ ଷ୍ଟାର ଖେଳାଳି ସାମିଲ ହେବେ ତାହା ଜଣାପଡିନି ।
