Latest Odisha News

ମାର୍କ ବାଉଚରଙ୍କୁ କୋଚ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କୁ ତାଙ୍କ ପଦରୁ ହଟେଇଛି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କୋଚ ଦାୟିତ୍ୱ ତୁଲାଇବେ । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଜୟବର୍ଦ୍ଧନେ ମୁମ୍ବାଇ କୋଚ ରହିଥିଲେ । ଗତ ୨ଟି ସଂସ୍କରଣରେ ସେ ଫ୍ରାଂଚାଇଜଚର ଗ୍ଲୋବାଲ ହେଡ ଅଫ କ୍ରିକେଟ ଦାୟିତ୍ୱ ତୁଲାଇଥିଲେ । ୨୦୨୩ ସିଜନରେ ମାର୍କ ବାଉଚରଙ୍କୁ ମୁମ୍ବାଇ ଦଳର କୋଚ କରାଯାଇଥିଲା । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇବା ଏବଂ ହାର୍ଦ୍ଦିକଙ୍କୁc କୋଚ କରିବା ନେଇ ବିବାଦୀୟ ପରିସ୍ଥ୍‌ିତି ସୃଷ୍ଟି ହୋଇଥିଲା । ଦଳର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଥିଲା ।

ଅପରପକ୍ଷରେ ଜୟବର୍ଦ୍ଧନେଙ୍କ ପ୍ରଶିକ୍ଷଣରେ ମୁମ୍ବାଇ ୩ ଥର ଚାମ୍ପିୟନ ହୋଇଛି । ଜୟବର୍ଦ୍ଧନେ ଦାୟିତ୍ୱ ଗ୍ରହଣ କରିବା ପରେ ରିଟେନଶନ ଓ ମେଗା ନିଲାମ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଫ୍ରାଂଚାଇଜର ପକ୍ଷରୁ କୁହାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବଭଳି ଅଧିନାୟକ ଦାୟିତ୍ୱ ତୁଲାଇବେ ନାଁ ତାଙ୍କ ପଦ ଯିବ ତାହା ଏବେ ଆଲୋଚନାର ବିଷୟ ହୋଇଛି ।

Leave A Reply

Your email address will not be published.