Latest Odisha News

BREAKING NEWS

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ ବାଲାଂଦେଶୀ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ରୁବେଲ ଶେଖ ବିଜେପିର ନେତା କୁହାଯାଉଛି ।

ରୁବେଲ ଶେଖକୁ ମୁମ୍ବାଇ ପୋଲିସ କଥିତ ଭାବେ ବାଂଲାଦେଶୀ କହି ଗିରଫ କରିଛି । ସେ ଜାଲ୍ ପ୍ରମାଣପତ୍ର ଆଧାରରେ ଭାରତରେ ରହୁଥିବା ଅଭିଯୋଗ ହୋଇଛି । ଗିରଫ ହୋଇଥିବା ରୁବେଲ ଶେଖ ବିଜେପିର ଉତ୍ତର ମୁମ୍ବାଇ ଅଳ୍ପସଂଖ୍ୟକ ପ୍ରକୋଷ୍ଠର ପ୍ରମୁଖ ପଦରେ ଅଛନ୍ତି । ଯାହାକୁ ନେଇ ବିଜେପିକୁ ନିଶାନା କରିଛନ୍ତି ବିରୋଧୀ ।

ଏହାକୁ ନେଇ କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି ‘ଅମିତ ଶାହ କାହିଁକି ସିଏଏରେ ବିଜେପି ସଦସ୍ୟଙ୍କ ଲାଗି ବିଶେଷ ବ୍ୟବସ୍ଥା କରିଛନ୍ତି ?’ ଏଥିସହ କହିଛନ୍ତି- ଉତ୍ତର ମୁମ୍ବାଇ ବିଜେପିର ପ୍ରମୁଖ ଅଳ୍ପସଂଖ୍ୟକ ପ୍ରକୋଷ୍ଠ ହିଁ ବାଲାଂଦେଶୀ ହୋଇଯାଇଛି । ଆମେ ବିଜେପିକୁ ପଚାରୁଛୁ କଣ ଏହା ସଂଘ ଜିହାଦ ?

ଶନିବାର ବିଜେପି ସାଂସଦ ଗୋପାଳ ସେଟ୍ଟୀଙ୍କ ସହ ଦଳର ଉତ୍ତର ମୁମ୍ବାଇ ଅଳ୍ପସଂଖ୍ୟକ ପ୍ରକୋଷ୍ଠର ମୁଖ୍ୟ ରୁବେଲ ଶେଖ ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଉକ୍ତ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଜାଲ୍ ପ୍ରମାଣପତ୍ର ଆଧାରରେ ଭାରତରେ ରହୁଥିବା ଅଭିଯୋଗରେ ଗିରଫ କରି ନେଇଛି ।

Leave A Reply

Your email address will not be published.