Latest Odisha News

ଟିକେଟ୍ ବ୍ଲାକମାର୍କେଟିଂ ନେଇ ବୁକମାଇ ଶୋ’କୁ ସମନ

ମୁମ୍ବାଇ: ବୁକ୍ ମାଇ ଶୋ’ର ବୈଷୟିକ ହେଡ ଏବଂ ସିଇଓ ଆଶିଷ ହେମରାଜାନୀଙ୍କୁ କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ସମନ କରିଛି। ଉଭୟଙ୍କୁ ଶନିବାର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି।

ଆଇନଜୀବୀ ଅମିତ ବ୍ୟାସଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ବୁକ୍ ମାଇ ଶୋ’ର ସିଇଓଙ୍କୁ ସମନ କରିଛି। ତେବେ ୨୦୨୫ ଜାନୁଆରୀ ୧୯ ରୁ ୨୧ ପର୍ଯ୍ୟନ୍ତ DY ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କୋଲ୍ଡପ୍ଲେ କନ୍ସର୍ଟ ପାଇଁ ଏହି ବୁକିଂ ପ୍ଲାଟଫର୍ମ ଟିକେଟ୍ ବ୍ଲାକ୍ ମାର୍କେଟିଂକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.