Latest Odisha News

BREAKING NEWS

ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ : ମୁମ୍ବାଇରେ ଆଖି ବୁଜିଲେ ଆଉ ଜଣେ ନିର୍ଭୟା । ଅମାନୁଷିକ ଭାବେ ଆଉ ଜଣେ ନିର୍ଭୟାଙ୍କୁ ମୁମ୍ବାଇରେ ଦୁଷ୍କର୍ମ କରାଯାଇଛି । ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗକୁ ଲୁହା ରଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଖି ବୁଜିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ଏହି ପୀଡ଼ିତା ।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ଗତକାଲି ଭୋର ସାଢ଼େ ୩ଟାରେ ଏକ କଲ ଆସିଥିଲା । ଖୈରାନୀ ରୋଡରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି, ପୀଡିତାଙ୍କୁ ଉଦ୍ଧାର କରିବା ସହ ଏକ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ପୂର୍ବରୁ ୨୦୧୨ରେ ଦିଲ୍ଲୀ ନିର୍ଭୟା କାଣ୍ଡ ପରି ଏହି ଲୋମହର୍ଷକ ଘଟଣା ସଭ୍ୟ ସମାଜ ଉପରେ ପ୍ରଶ୍ନ ଉଠାଇଛି । ମୁମ୍ବାଇ ଉପକଣ୍ଠ ସାକିନାକା ଅଞ୍ଚଳରେ ଗତ ସପ୍ତାହରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ଆଜି ତାଙ୍କର ପରଲୋକ ହୋଇଛି । ଘଟଣାରେ ୪୫ ବର୍ଷ ବୟସ୍କ ମୋହନ ଚୌହ୍ବାନକୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.