Latest Odisha News

ମୁଙ୍ଗେର ଗୁଳିକାଣ୍ଡ ଘଟଣାକୁ ନେଇ ତାତିଲେ ଜନତା, ଜାଳିଦେଲେ ଥାନା

ପାଟନା: ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଆସନ୍ତା ୩ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଲେ ମତଦାନ ପୂର୍ବରୁ ବିହାର ମୁଙ୍ଗେରରେ ମୂର୍ତ୍ତି ବିଷର୍ଜନ ଘଟଣାକୁ ନେଇ ପୁଣି ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋସ । ଲୋକମାନେ ପୂର୍ବ ସରାୟ ଥାନାକୁ ନିଆଁ ଲଗାଇ ଜାଳି ଦେଇଛନ୍ତି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକମାନେ ଥାନାରେ ନିଆଁ ଲଗାଇ ଦେଇଛନ୍ତି ।

କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଦୁର୍ଗାମୂର୍ତ୍ତି ବିଷର୍ଜନ ବେଳେ ହିଂସା ଦେଖିବାକୁ ମିଳିଥିଲା । ଏହାକୁ ଆୟତ କରିବାକୁ ଯାଇ ପୋଲିସ ଲାଠିଚାର୍ଜ ଓ ଗୁଳି ଚାଳନା କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ବିରୋଧ କରି ଲୋକମାନେ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ।

ହଜାର ହଜାର ସଂଖ୍ୟାର ଯୁବକ ଏହି ବିକ୍ଷୋଭରେ ସାମିଲ ଥିଲେ । ପ୍ରଥମେ ବିକ୍ଷୋଭ ଓ ପରେ ଉତ୍ୟକ୍ତ ଲୋକମାନେ ଥାନାରେ ପଶି ଥାନା ଭିତରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଥାନାଟି ସମ୍ପୁର୍ଣ୍ଣ ଜଳି ଯିବା ସହ ଥାନା ପରିସରରେ ଥିବା ସମସ୍ତ ଗାଡି ଗୁଡିକ ଜଳି ପାଉଁ ଶ ହୋଇଯାଇଛି ।
ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।

ସେପଟେ ମୁଙ୍ଗେର ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଡିଏମ୍ ଓ ଏସ୍‌ପି ଲିପି ସିଂଙ୍କୁ ନିଲମ୍ବିତ କରାଯାଇଛି । ଲିପି ସିଂ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ତେବେ ନିର୍ବାଚନ କମିଶନରଙ୍କ ଆଦେଶକ୍ରମେ ତାଙ୍କୁ ହଟାଇ ଦିଆଯାଇଛି । ଏବେ ଏହି ଘଟଣାର ଯାଂଚ ମଗଧ କମିଶନର ଅସଗବା ଚୁୱା ଆଓ କରିବେ ।

Leave A Reply

Your email address will not be published.