Latest Odisha News

BREAKING NEWS

ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ;୨ ଦୋଷୀଙ୍କୁ ଆଜୀବନ ଜେଲ୍‌

ବଲାଙ୍ଗୀର:ବଲାଙ୍ଗୀର ଜିଲା ଲୋଇସିଂହା ଥାନା ରାମସିଂହା ଗାଁରେ ୨୦୧୮ ମସିହାରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । ହତ୍ୟାକାଣ୍ଡ ମାମଲାର ଗୁରୁବାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲା ଦୌରାଜଜ୍ (ଦ୍ୱିତୀୟ) ଏହି ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଭିଯୁକ୍ତ ଅରକ୍ଷିତ ତ୍ରିପାଠୀ ଓ ସୁଜିତ ତ୍ରିପାଠୀ ଟାଙ୍ଗିଆରେ ଆକ୍ରମଣ କରି ୪ଜଣଙ୍କୁ ଲହୁଲୁହାଣ କରିଥିଲେ। ଗୁରୁତର ଆହତ ନିଳାଦ୍ରୀ ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Leave A Reply

Your email address will not be published.