Latest Odisha News

BREAKING NEWS

ଗଞ୍ଜାମ ମହୁଲପାଟଣା ଗାଁରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାୟଗଣ୍ଡା ପଞ୍ଚାୟତ ମହୁଲପାଟଣା ଗାଁରେ ଅଭାବନୀୟ ଘଟଣା । ଗାଈ ଗୋଠ ନେଇ ଫେରୁଥିବା ବେଳେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରି ଫେରାର ହୋଇଯାଇଛି ହତ୍ୟାକାରୀ । ମୃତକ ହେଲେ ମହୁଲ ପାଟଣା ଗାଁର କୃଷ୍ଣ ଖିଲାର । ସେହିପରି ହତ୍ୟାକାରୀ ହେଲା ସେହି ଗ୍ରାମର ସୁବାସ ବିଷୋୟୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତ କୃଷ୍ଣ ଖିଲାର ଓ ଅଭିଯୁକ୍ତ ସୁବାସ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା । ହେଲେ ଗତକାଲି ସନ୍ଧ୍ୟାରେ ସୁବାସ ମଦ୍ୟପାନ କରି କୃଷ୍ଣଙ୍କ ଘର ଆଗରେ ଗାଳିଗୁଲଜ କରିଥିଲା । ଏବଂ କୃଷ୍ଣଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ତେବେ ଗାଈ ଗୋଠ ନେଇ ଫେରୁଥିବା ବେଳେ କୃଷ୍ଣଙ୍କୁ ପିଟି ପିଟି ହତ୍ୟା କରିଥିଲା ସୁବାସ । ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ହତ୍ୟାକାରୀ ସୁବାସ ବିଷୋୟୀ ।

Leave A Reply

Your email address will not be published.