ଚାନ୍ଦୋଳ : ଜମି ଜମା ବିବାଦକୁ ନେଇ ବୀଚ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଉଦ୍ୟମ । ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନେଉନି କାର୍ଯ୍ୟନୁଷ୍ଠାନ । ଚାଁନ୍ଦୋଳ ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ସପରିବାର ।
ସୂଚନା ଅନୁଯାୟୀ, ଡେରାବିଶ ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଖରିଦା ସାହିରୁ ଆସିଛି ଏଭଳି ଖବର । ଫେବୃଆରୀ ୨୪ ତାରିଖରେ ଜମିଜମା ବିବାଦକୁ କେନ୍ଦ୍ର କରି କିଛି ଦୁର୍ବୁତ୍ତ ଖରିଦା ସାହି ଗାଁର ଶ୍ରାବଣୀ ଦାସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ତାଙ୍କ ଦୁଇ ଝିଅଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଚାନ୍ଦୋଳ ଫାଣ୍ଡି ୩୦୭ ଦଫା ସହ ବହୁ ସଙ୍ଗୀନ ଦଫା ଲଗାଇ ସଦର ପୋଲିସ ଚାନ୍ଦୋଳ ଫାଣ୍ଡିଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ ମଧ୍ୟ ଚାନ୍ଦୋଳ ଫାଣ୍ଡି ଅଭିଯୁକ୍ତ ଭଂଜନ ନୟାକ ଓ ଗୁରୁଚରଣ ନାୟକଙ୍କୁ ଗିରଫ କରିନାହାଁନ୍ତି । ତେଣୁ କେନ୍ଦ୍ରାପଡ଼ା ଏସପିଙ୍କୁ ଅଭିଯୋଗ କରିଥିଲେ । ପରେ ଶ୍ରାବଣୀ ଦାସ ତାଙ୍କ ଦୁଇ ଝିଅ, ନାବାଳକ ପୁଅ ଓ ସ୍ୱାମୀ ଅଜୟ ଦାସ ଚାନ୍ଦୋଳ ଫାଣ୍ଡି ସାମ୍ନାରେ ନ୍ୟାୟ ପାଇବା ପାଇଁ ଧାରଣା ଦେଇଛନ୍ତି ।
ଆକ୍ରମଣକାରୀ ଖୁଲମଖୁଲା ବୁଲୁଥିଲେ ମଧ୍ୟ ଚାନ୍ଦୋଳ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନଥିବା ନେଇ ଗିରଫ ଦାବିରେ ଧାରଣାରେ ବସିଛନ୍ତି । ଆସାମୀ ଭଞ୍ଜନ ଓ ଗୁରୁଚରଣ ଶ୍ରାବଣୀଙ୍କ ମୁଣ୍ଡକୁ ମlରଣା ଅସ୍ତ୍ର ରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଶ୍ରାବଣୀ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ସମୟରେ ସେଠାକୁ ଯାଇ ଅଭିଯୁକ୍ତ ଶ୍ରାବଣୀଙ୍କ ପରିବାର ଦେଇଥିବା ଏତଲା ଉଠାଇ ଦେବାପାଇଁ ଧମକ ଦେବା ସହ ବାରମ୍ବାର ଶ୍ରାବଣୀଙ୍କ ପରିବାରକୁ ହତ୍ୟା ଧମକ ଦେଉଥିବାରୁ ନିଜ ସୁରକ୍ଷା ପାଇଁ ଚାନ୍ଦୋଳ ଫାଣ୍ଡି ସାମ୍ନାରେ ବସି ରହିଛନ୍ତି ।
ତେବେ ଯେପର୍ଯ୍ୟନ୍ତ ନ୍ୟାୟ ପାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଫାଣ୍ଡି ସାମ୍ନାରେ ବସି ରହିବେ ବୋଲି କହିଛନ୍ତି ।
Comments are closed.