Latest Odisha News

BREAKING NEWS

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରୁ ବିଦା ହେଲେ ମୁରେ, ପରୋକ୍ଷରେ ଅବସର ସମ୍ପର୍କରେ ଦେଲେ ସୂଚନା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୩ଥର ଗ୍ରାଣ୍ଡ ସ୍ଲାମ ବିଜେତା ବ୍ରିଟେନର ଆଣ୍ଡି ମୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆର୍ଜେଂଟିନାର ଥମାସ ମାର୍ଟିନ ଇଚଭେରୀଙ୍କ ନିକଟରୁ ସେ ୬-୪, ୬-୨, ୬-୨ ସେଟରେ ପରାଜିତ ହୋଇଥିଲେ । ୩ଟି ଯାକ ସେଟରେ ମୁରେ ପ୍ରତ୍ୟାବର୍ତନ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ମ୍ୟାଚ ପରେ ପ୍ରେସ କନଫେରେନ୍ସରେ ମୁରେ ତାଙ୍କ ଅବସର ସମ୍ପର୍କରେ ପରୋକ୍ଷରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ବୋଧହୁଏ ଏହା ମୋର ଶେଷ ଗ୍ରାଣ୍ଡସ୍ଲାମ ହେବାକୁ ଯାଉଛି ।

ମୋ ପରିବାର ଏବଂ ବନ୍ଧୁମାନଙ୍କ ସହ ମୁଁ ଏ ସମ୍ପର୍କରେ ଆଲୋଚନା କରିଛି ବୋଲି ୩୬ ବର୍ଷୀୟ ଏହି ଖେଳାଳିଜଣଙ୍କ କହିଛନ୍ତି । ତେବେ ସେ ବିଧିବଦ୍ଧ ଭାବେ ଅବସର ନେବେ ବୋଲି ଘୋଷଣା କରି ନାହାନ୍ତି । ଏହି ମ୍ୟାଚ ପରେ ମୁଁ ଭାବୁନି ଆଗକୁ ଭଲ ପ୍ରଦର୍ଶନ କରିବି । ଥୋମାସ ଜଣେ ଭଲ ଖେଳାଳି । ସେ ଯେଉଁ ଭଳି ଭାବେ ପ୍ରଦର୍ଶନ ଜାରୀ ରଖିଛନ୍ତି ଆଗକୁ ବହୁତ ଉନ୍ନତି କରିବେ ବୋଲି ମୁରେ କହିଛନ୍ତି ।

Leave A Reply

Your email address will not be published.