Latest Odisha News

BREAKING NEWS

‘କୃଷି ଓଡିଶା’ରେ ଚଳିତ ବର୍ଷର ମାସ୍କଟ ଛତୁ

ଭୁବନେଶ୍ୱର: ମାର୍ଚ୍ଚ ୧୫ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’ ଆରମ୍ଭ ହେବ । ଅପରାହ୍ନ ସାଢେ ୫ଟାରେ ବରମୁଣ୍ଡା ଖେଳ ପଡିଆରେ ଏହାର ଉଦଘାଟନ ହେବ । ତେବେ ଚଳିତ ବର୍ଷର ମାସ୍କଟ ରହିଛି ଛତୁ । ତେବେ ଚଳିତ ବର୍ଷ ଛତୁକୁ ମାସ୍କଟ ରଖାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତଥରର ମାସ୍କଟ ଥିଲା ମାଣ୍ଡିଆ ।

‘କୃଷି ଓଡିଶା’ରେ ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ, କୃଷି ବିଶେଷଜ୍ଞ ଓ ଗବେଷକ ଯୋଗ ଦେବେ । ଚାଷୀମାନେ ନିଜେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିପାରିବେ । କୃଷି କ୍ଷେତ୍ରରେ ସଫଳତା ପାଇଥିବା ଚାଷୀଙ୍କୁ ପୁରସ୍କୃତ ମଧ୍ୟ କରାଯିବ । ୧୯ରେ ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.