Latest Odisha News

BREAKING NEWS

ଏଲନ ମସ୍କ ସମ୍ପର୍କ ସ୍ଥାପନ କରିଥିବା ମହିଳାଙ୍କୁ ସନ୍ତାନ ଜନ୍ମ କରିବା ପାଇଁ କରୁଥିଲେ ବାଧ୍ୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆଉ ଏକ ବିବାଦରେ ଫସିଛନ୍ତି । ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ମସ୍କ ତାଙ୍କର ଏକ ଇଟର୍ଣ୍ଣଙ୍କ ସମେତ ୨ଜଣ କର୍ମଚାରୀଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିଲେ । ଏପରିକି ସେ ସେମାନଙ୍କୁ ତାଙ୍କ ସନ୍ତାନର ମାଆ ହେବାକୁ ବାଧ୍ୟ କରାଉଥିଲେ । ମସ୍କଙ୍କ ଉପରେ ଏଭଳି ଅଭିଯୋଗ ଆସିବା ନୂଆ କଥା ନୁହେଁ । ନିକଟରେ ସେ ଏଲଏସଡି, ଏକ୍ସଷ୍ଟସୀ, କୋକେନ, କେଟମାଇନ ପରି ଡ୍ରଗ୍ସର ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।

ଗୁଗଲର ସହ ସଂସ୍ଥାପକ ସର୍ଗେଇ ବ୍ରେନଙ୍କ ପୂର୍ବ ପତ୍ନୀ ନିକୋଲ ଶାନହୋନଙ୍କ ସହ ପ୍ରେମ ସମ୍ପର୍କ ବେଶ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସେ ତାଙ୍କ କର୍ମଚାରୀମାନଙ୍କୁ ପରୋକ୍ଷରେ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ଆସିଛି ।

Leave A Reply

Your email address will not be published.