Latest Odisha News

BREAKING NEWS

ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଇଲେ ମୁସ୍‌ଲିମ୍ ମହିଳା

କୁହାଯାଏ, ଯିଏ ଈଶ୍ୱର ସିଏ ଆଲ୍ଲା, ସିଏ ହିଁ ପ୍ରଭୁ ଯିଶୁ । କେବଳ ନିଜ ମନର ଆଧାରରେ ମଣିଷ ତାକୁ ଭାଗ ଭାଗ କରେ । ଅର୍ଥାତ୍ ସବୁ ଧର୍ମର ମୂଳମନ୍ତ୍ର ଏକ । ଭାଇଚାରାର ଦେଶ ଭାରତରେ ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରିଥାନ୍ତି । ଏହି ଧାରାକୁ ପ୍ରମାଣିତ କରିଛନ୍ତି ଜଣେ ମୁସ୍‌ଲିମ୍ ସମ୍ପ୍ରଦାୟର ମହିଳା । ରମଜାନ ମାସ ଅବସରରେ ମହିଳା ଜଣକ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଉଥିବା ନଜର ଆସିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ମହିଳା ଜଣକ ହେଉଛନ୍ତି ୱାଜିହା ଅତହର୍ ନକ୍‌ଭି । ଭିଡ଼ିଓରେ ୱାଜିହା ଏକ ସୋଫାରେ ବସି ‘କହ୍ନେୟା, ୟାଦ ହେ କୁଛ ଭୀ ହମାରି’ ଗୀତଟିକୁ ଖୁବ୍ ସୁନ୍ଦର ଭାବରେ ଗାଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କୁନି କୁନି ପିଲାଙ୍କ ଦ୍ୱାରା ପରିବେଷିତ ଏହି ଗୀତରୁ ଅନୁପ୍ରାଣିତ ହୋଇ ସେ ଏହାକୁ ଗାଇବାକୁ ଚେଷ୍ଟା କରିଥିଲେ । ସେ ଏହି ଗୀତ ଗାଇବାକୁ ଭଲ ପାଆନ୍ତି ବୋଲି କହିଛନ୍ତି ୱାଜିହା ।
ଭିଡିଓଟି ଦେଖିବା ପରେ ଲୋକେ ୱାଜିହାଙ୍କୁ ଖୁବ୍ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତୁମେ କେତେ ସୁନ୍ଦର ଏବଂ କେତେ ଭାଗ୍ୟବାନ ଯେ ପ୍ରଭୁ କୃଷ୍ଣଙ୍କ ଗୀତ ଗାଇ ପାରୁଛନ୍ତି ବୋଲି କେତେକ ମତ ରଖିଥିବା ବେଳେ ଆଉ କିଛି ଆପଣ ଏହା ଗାଇବା ଶୁଣି ବହୁତ ଭଲ ଲାଗିଲା ବୋଲି ମତ ଦେଇଛନ୍ତି ।

Leave A Reply

Your email address will not be published.