Latest Odisha News

ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍‌ଭିଆଇ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍‌ଭିଆଇ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମ୍‌ଭିଆଇ । ଟଙ୍କା ସହ ଏମ୍‌ଭିଆଇ ବିଜୟ ବେହୁରିଆଙ୍କୁ ଧରିଲା ଭିଜିଲାନ୍ସ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାଠାରେ ଧରାପଡ଼ିଲେ ଶ୍ରୀ ବେହୁରିଆ ।

ସୂଚନା ଅନୁସାରେ, ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ହସ୍ପିଟାଲ ଛକ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛନ୍ତି । ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବିନୟ । ଉକ୍ତ ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି । ଧରାପଡ଼ିବା ପରେ ଏମ୍‌ଭିଆଇଙ୍କ ୫ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ।

Comments are closed.