Latest Odisha News

ସେନା ବିରୋଧରେ ଅସନ୍ତୋଷ ଓ କୋଭିଡ୍ କଟକଣା ଉଲ୍ଲଙ୍ଘନ ଯୋଗୁଁ ସୁ କିଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ବ୍ୟାଙ୍ଗ୍‌କକ୍‌ : ମିଆଁମାର ନେତ୍ରୀ ସୁ କିଙ୍କୁ ୪ ବର୍ଷ କାରାଦଣ୍ଡ । ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବାରୁ ଏକ ସ୍ୱତନ୍ତ୍ର ଅଦାଲତ ଦେଶର ବିତାଡିତା ନେତ୍ରୀ ଅଙ୍ଗ୍ ସାନ୍ ସୁ କିଙ୍କୁ ୪ ବର୍ଷ କାରା ଦଣ୍ଡାଦେଶ ଘୋଷଣା କରିଥିବା ସେନାର ମୁଖପାତ୍ର ସୂଚନା ଦେଇଛନ୍ତି।।

ସୂଚନା ଅନୁସାରେ ସେନା ବିରୋଧରେ ଅସନ୍ତୋଷ ସୃଷ୍ଟି କରିବା ଏବଂ କରୋନା ନିୟମ ଉଲ୍ଲଙ୍ଘନ କରିବା ପାଇଁ ଦାୟୀ କରାଯାଇଛି। ୭୬ ବର୍ଷୀୟ ସୁ କିଙ୍କୁ ୫୦୫ ଖ’ ଅନୁଯାୟୀ ଦୁଇ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ  ଆଇନ ଅନୁସାରେ କାରାଦଣ୍ଡାଦେଶ ଦିଆଯାଇଛି । ପୂର୍ବତନ ରାଷ୍ଟ୍ରପତି ୱନ ମିଣ୍ଟଙ୍କୁ ମଧ୍ୟ ସମାନ ଅଭିଯୋଗରେ ଚାରି ବର୍ଷ ସମାନ ଜେଲ ଦଣ୍ଡାଦେଶ ହୋଇଛି।

ତାଙ୍କୁ ଏବେ ଜେଲକୁ ନିଆଯିବ ନାହିଁ । ଶାସନ କ୍ଷମତାରେ ଥିବା ସେନା ସରକାର ତାଙ୍କ ନାମରେ ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ, ଦୁର୍ନୀତି ଏବଂ ନିର୍ବାଚନ ଜାଲିଆତି ସମେତେ ଅନେକ ମାମଲା ରୁଜୁ କରିଛି।

Leave A Reply

Your email address will not be published.